ସରସ୍ଵତୀ ଶିଶୁ ମନ୍ଦିର, ଭୁକ୍ତାରେ ଜନ୍ମାଷ୍ଟମୀ ପାଳିତ...

ସରସ୍ଵତୀ ଶିଶୁ ମନ୍ଦିର, ଭୁକ୍ତାରେ  ଜନ୍ମାଷ୍ଟମୀ ପାଳିତ...


ଅମ୍ବାଭୋନା, ୨୬/୦୮ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧିନସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଭୁକ୍ତା ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରାରମ୍ଭ ଓ ବୋଧ ଶ୍ରେଣୀର କୁନି ପିଲାମାନେ ଶ୍ରୀକୃଷ୍ଣ, ବଳରାମ ଓ  ରାଧା ବେଶରେ ସଜାଇହୋଇ ବିଦ୍ୟାଳୟ ରେ ଗୋପପୁର ର ଭ୍ରମ ସୃଷ୍ଟି କରିଥିଲେ।

Ad..


ଏହି ଅବସରରେ ଲୁଦୁପାଲି ନିବାସୀ ତଥା ବିଶିଷ୍ଟ କର୍ମକାଣ୍ଡି ପଣ୍ଡିତ ଜୈମିନି କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଶ୍ରୀକୃଷ୍ଣ ଙ୍କ ବାଲ୍ୟ ଲୀଳା ସମ୍ବନ୍ଧରେ ଉପସ୍ଥାପନା କରିଥିଲେ। ପରିଚାଳନା ସମିତି ର ନିମଂତ୍ରିତ ସଦସ୍ୟ ଲିଙ୍ଗରାଜ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। 

          Ad..


ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ପଟେଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଆଚାର୍ଯ୍ୟ ଗୌର ଚନ୍ଦ୍ର ପଣ୍ଡା ଉଭୟ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଭୁକ୍ତାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର କୁ ଏକ ଶୋଭାଯାତ୍ରାରେ  ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଯାଇ ପୂଜାର୍ଚନା କରିଥିଲେ। 

ବିଦ୍ୟାଳୟ ର ଗୁରୁଜୀ ବୁଦ୍ଧଦେବ ମିଶ୍ର, ବୈକୁଣ୍ଠ ପଟେଲ, ଉଦୟ ସେଠ, ଖେମାସଗାର ପଟେଲ, ଲଷ୍ମୀକାନ୍ତ ଦୁଆନ ଓ ଗୁରୁମା ସୁମତି ପାତ୍ର, ଅଞ୍ଜୁଲତା ସାହୁ, ସୁଚିତା ପଟେଲ, ରିତା ସା, ସ୍ୱୟଂ ପ୍ରଭା ପଧାନ, ପ୍ରତୀକ୍ଷା ପଧାନ, ଦୀପା ପଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post