କର୍ତ୍ତବ୍ୟ ପାଳନରେ ନେତା, ସମସ୍ୟା ପ୍ରତି ନଜର ପଡୁ ନାହିଁ...

କର୍ତ୍ତବ୍ୟ ପାଳନରେ ନେତା, ସମସ୍ୟା ପ୍ରତି ନଜର ପଡୁ ନାହିଁ...


ବରଗଡ଼,୨୬/୦୮ : ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରେ ଥିବା ସରକାରୀ ଡାକ୍ତରଖାନା ରେ ଆଜି ସିଟି ସ୍କେନ ମେସିନ ର ଉଦଘାଟନ ହେଉଥିଲା। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିବା କୁ ମିଳିଥିଲା। ଉପସ୍ଥିତ ସମସ୍ତ ଙ୍କ ଆଗରେ ଘଟିଥିବା ଘଟଣା କୁ ନେଇ ଆଲୋଚନା ହେଉଥିଲା ଘଟଣା ଟି ହେଉଛି ଯେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀଙ୍କ ହାତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ଭାର। 

             Ad..


ବାରମ୍ବାର ଛୁଞ୍ଚି ଫୋଡିବା ପରେ ମଧ୍ୟ ରକ୍ତ ସଂଗ୍ରହ କରି ପାରୁ ନାହାନ୍ତି । ଏପଟେ ଲାଇନ ନଥିବାରୁ ମୋବାଇଲ ଟର୍ଚ୍ଚ ର ଆଲୁହ ସାହାଯ୍ୟରେ ରକ୍ତ ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳୁଛି । ଜଣେ ଛାତ୍ର ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଆଲୁଅ ଦେଖାଉଥିବା ବେଳେ ଆଉଜନେ ଛାତ୍ରୀ ରକ୍ତ ସଂଗ୍ରହ କରୁଛନ୍ତି। 

           Ad..


ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କେନ ମେସିନ ର ଉଦଘାଟନ ଚାଲିଥିବା ସମୟରେ ଖୋଦ ଜିଲ୍ଲାପାଳ, ସିଡିଏମଓ,ଅଞ୍ଚଳର ସମସ୍ତ ଜଣ ପ୍ରତିନିଧି ଉପସ୍ଥିତ ଥିବା ବେଳେ ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାୟ ସବୁଦିନିଆ ଘଟଣା କାହାକୁ ଦୃଷ୍ଟି ଗୋଚର ହୋଇପାରି ନଥିଲା। 

ଏହାକୁ ନେଇ କିନ୍ତୁ ଲୋକ ଓ ରୋଗୀଙ୍କ ସଂପର୍କୀୟ ଉପସ୍ଥିତ ଜନପ୍ରିୟ ନେତା ଙ୍କୁ ଗୁହାରି କରିବା ପାଇଁ ଚାହିଁ ରହିଥିଲେ ହେଲେ ଭେଟିବାକୁ ସୁଯୋଗ ପାଇନଥିଲେ । ଏଭଳି ଅଭିଯୋଗ ଆସୁଥିଲେ ବି କର୍ତୁପକ୍ଷ ଙ୍କ ନଜର ଭିତରେ ରହିଯାଉଛି ହେଲେ ରୋଗୀ ସମସ୍ୟା ରେ ପଡୁଛନ୍ତି। ବରଗଡ଼ ଜିଲ୍ଲା ରେ ସ୍ବାସ୍ଥ୍ୟ ସେବାର ସମସ୍ୟା ଦିନକୁ ଦିନ ବଢୁଥିବା ବେଳେ ସମାଧାନ ପାଇଁ ଉଦ୍ୟମ ହେବା ଜରୁରୀ ହୋଇ ପଡୁଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post