ଇଚ୍ଛାପୁର ରେ ଅବକାରୀ ଚଢାଉ: ୨୦୦ଲିଟର ରନ୍ଧାମଦ ଜବତ...

ଇଚ୍ଛାପୁର ରେ ଅବକାରୀ ଚଢାଉ: ୨୦୦ଲିଟର ରନ୍ଧାମଦ ଜବତ... 


ଅମ୍ବାଭୋନା,୨୬/୦୮ : ନିଶା ଓ  ମାଦକ ଦ୍ରବ୍ୟ ର ପେଣ୍ଠସ୍ଥଳୀ ବୋଲାଯାଉଥିବା  ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ରେ  ଦିନ କୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କେବଳ ଧର୍ମ କୁ ଆଖିଠାର ହୋଇଛି ବିଭାଗୀୟ ଚଢାଉ। 

             Ad..


ପୋଲିସ କିମ୍ବା ଅବକାରୀ ବିଭାଗ ର ଧରପଗଡକୁ ମାଫିଆଙ୍କ ଖାତିରି ନାହିଁ। ରବିବାର ବରଗଡ ଜିଲ୍ଳା ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକ ଙ୍କ ନିର୍ଦ୍ଦେଶ କ୍ରମେ  ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଇଛ୍ଛାପୁର ଗ୍ରାମ ନିକଟରୁ  ପାଖା ପାଖି ୪୦୦୦ଲିଟର ମହୁଳପୋଚ ଓ ୨୦୦ ଲିଟର ଦେଶି ରନ୍ଧା ମଦ ଜବତ କରିବାରେ ଯଦିଓ ଅବକାରୀ ବିଭାଗକୁ ସଫଳତା ମିଲିପାରିଛି ମାତ୍ର ମାଫିଆ ଖସି ପଲାଇଛନ୍ତି। 

            Ad..


ଏହି ଚଢାଉ ରେ ବରଗଡ ରେଞ୍ଜ ଇନ୍ସପେକ୍ଟର ବିକାଶ ଟୋପନୋ,  ମୋବାଇଲ ୟୁନିଟ ଅବକାରୀ ଇନ୍ସପେକ୍ଟର  ଗୋକୁଳ ଧର , ଏ .ଏସ ଆଇ ଯୁବରାଜ ବାଗ ଏବଂ ଭଟଲୀ ଅବକାରୀ ବିଭାଗ ର ଭାର ପ୍ରାପ୍ତ ଅଧିକାରୀ ଉଷାବତୀ ଗୌଡ, ଏ.ଏସ.ଆଇ ନନ୍ଦିକିଶୋର ପଧାନ ଓ ବରଗଡ ଅବକାରୀ ବିଭାଗ, ଭଟଲୀ ଅବକାରୀ ବିଭାଗ ଓ ଅତାବିରା ଅବକାରୀ ବିଭାଗର ଷ୍ଟାଫ ଏହି ଚଢାଉ ସାମିଲ ହୋଇଥିଲେ । ଏହି ଘଟଣାରେ ସଂପୃକ୍ତଥିବା ମଦ ମାଫିଆଙ୍କୁ ଅବକାରୀ ବିଭାଗ ତରଫରୁ ଖୋଜା ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post