ବରିଷ୍ଠ ନାଗରିକ ସଂଘ ବରଗଡ଼ ଆନୂକୁଲ୍ୟରେ କବିତା ପାଠୋତ୍ସବ...

ବରିଷ୍ଠ ନାଗରିକ ସଂଘ ବରଗଡ଼ ଆନୂକୁଲ୍ୟରେ କବିତା ପାଠୋତ୍ସବ...


ବରଗଡ଼,୨୬/୦୮ : ରବିବାର ଦିନ ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟ ଠାରେ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

              Ad..


ବରିଷ୍ଠ ନାଗରିକ ସଂଘ ଉପସଭାପତି ଗୈାନ୍ତିଆ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମଧୁଛନ୍ଦା ସାହୁ -ଅତିରିକ୍ତ ଜିଲ୍ଲାପାଳ, ବରଗଡ଼ ଏବଂ ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ଶାନ୍ତି ସୁନା -ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବରଗଡ଼ ଯୋଗ ଦେଇ ଆଜିର ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ । 

           Ad..


ଏଥିରେ ସଂପାଦକ ଗୋବିନ୍ଦ ଦାଶ, ସଂଗଠନ ସଂପାଦକ କେଦାର ମିଶ୍ର, ଉପସଭାପତି ନିର୍ମଳ କିଶୋର କର ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।

ପରେ ପରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ରେ ସର୍ଦାର ପ୍ରୀତମ ସିଂ ଙ୍କ ସଂଯୋଜନା ରେ ଦାମୋଦର ସାହୁ, ବିରେନ୍ଦ୍ର ପ୍ରସାଦ ମିଶ୍ର, ଅଭିଜିତ ପ୍ରତିହାର, ତୁଳସୀ ଚରଣ ଦାଶ ମଞ୍ଚାସିନ ରହି ପ୍ରାୟ ୫୦ ଜଣ କବି କବୟିତ୍ରୀ ମାନଙ୍କୁ କବିତା ଆବୃତ୍ତି ପାଇଁ ଆମନ୍ତ୍ରଣ କରି ସମସ୍ତ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

ଉଲ୍ଲେଖ ଯୋଗ୍ୟ ବରଗଡ଼ ମହିଳା ସମିତି ସଭାପତି ଶ୍ରୀମତୀ ହାରଜିନ୍ଦର କୌର ଓ ସମ୍ପାଦିକା ଶ୍ରୀମତୀ ଶତପଥି ଙ୍କ ସକ୍ରିୟ ସହଯୋଗ ତଥା ଶ୍ରୀ ଅରବିନ୍ଦ ବିଶ୍ୱାସଙ୍କ ବଂଶୀ ବାଦନ ଓ ଶ୍ରୀମତୀ ଖୁଶବୁ ଶର୍ମାଙ୍କ ସୁମଧୁର ଦୀପ ପ୍ରଜ୍ବଳନ ମନ୍ତ୍ର ଉତ୍ସବ କୁ ସଫଳ କରିବାରେ ଅଶେଷ ସାହାଯ୍ୟ କଲା। ଶେଷରେ ଶ୍ରୀ ନିର୍ମଳ କର ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

        

Post a Comment

Previous Post Next Post