ବିଶାଶହେ କୁଳ କୁଳିତା ସମାଜ ର ମହାସଭା ପାଇଁ ରାମ ଚଣ୍ଡୀ ମନ୍ଦିରରେ ପ୍ରସ୍ତୁତି ବୈଠକ...
ପାଇକମାଳ, ୨୫।୮ : ବରଗଡ ଜିଲା ପାଇକମାଳ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ନିକଟସ୍ଥ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ବିଶାଶହେ କୁଳ କୁଳିତା ସମାଜର ମହାସଭା କରାଯିବା ପାଇଁ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇ ଯାଇଛି ।
Ad..
ଏହି ବିଶାଳ ସଭାରେ ସଭାପତିତ୍ୱ କରିଥିଲେ ବଲାଙ୍ଗୀର ଜିଲା ର ବେଳାର ସିଂ ଭୋଇ । ପରିଚାଳନା କରିଥିଲେ ଗୋପାଳ ପ୍ରଧାନ ଓ ରଥିଲାଲ ଗୁପ୍ତା । କୁଳିତା ସମାଜ ର ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର କୁମାର ଭୋଇ ଉପସ୍ଥିତ ସମସ୍ତ କୁଳିତା ଜାତିଭାଇ ମାନଙ୍କୁ ବିନମ୍ର ନମସ୍କାର କରିବା ସହ ସ୍ୱାଗତ ଭାଷଣ ଦେଇ ଥିଲେ।
Ad..
ବୈଠକ ରେ ଅନେକ ଆଲୋଚନା ହେବା ପରେ କୁଳିତା ସମାଜ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନୃସିଂହ ନାଥ ରେ ମହାସଭା ଆୟୋଜନ କରାଯିବା ନେଇ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ହୋଇଥିଲା । ଓଡିଶା ତଥା ଛତିଶଗଡ଼ ରୁ ବିଭିନ୍ନ ଜିଲା ରୁ ୨୧ ଜଣିଆ କମିଟି ଗଠନ କରା ଯାଇଥିଲା।
ଏହି କମିଟି ଆସନ୍ତା ମହା ସଭାର ରୂପ ରେଖ ପ୍ରସ୍ତୁତ କରିବେ ବୋଲି ଜଣା ଯାଏ । ଆଜିର ପ୍ରସ୍ତୁତି ବୈଠକ ରେ ସମାଜ ର ବିଶିଷ୍ଠ ପଦାଧିକାରୀ ସରୋଜ ସାହୁ, ହରିଚରଣ ପ୍ରଧାନ, ଗିରିଧାରୀ ସାହୁ, ସୁବର୍ଧନ ପ୍ରଧାନ, ଦିବାକର ପ୍ରଧାନ, ବାସୁଦେବ ପ୍ରଧାନ, କେଶବ ଭୋଇ, ସୁରେଶ ପ୍ରଧାନ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତା ମତ ଦେଇ ଥିବାବେଳେ ମହା ଅନୁଭବୀ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା କୁଳିତା ଜାତିର ଅଗ୍ରଣୀ ମା, ଭଉଣୀ ମାନେ ଯୋଗଦାନ କରିଥିଲେ ।
ପାଇକମାଳ ର ତଥା ବିଭିନ୍ନ ଅଂଚଳ ରୁ ଆସିଥିବା ଯୁବକ, ଯୁବତୀ ମାନେ ବିଭିନ୍ନ କାମ ରେ ସାହାଯ୍ୟ କରି ଆଜିର ବୈଠକ କୁ ସଫଳ କରି ଥିଲେ । ଶେଷରେ ସମସ୍ତଙ୍କୁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ଅନ୍ନ ଭୋଗ ବଣ୍ଟନ କରା ଯାଇଥିଲା, ପାଇକମାଳ ଯୁବକ ମାନଙ୍କ ଭୂମିକା ବେଶ ନିଆରା ଥିଲା।
Report : Bijay ku sahu
Edited by k.s thakur...



