୨୪ ଘଣ୍ଟା ମଧ୍ୟରେ ସାର ନ ମିଲିଲେ ଚାଷୀ ସଂଗଠନ ର ଆନ୍ଦୋଳନ ଚେତାବନୀ...
ବରଗଡ଼,୧୨/୦୮ : ସାର ସଂକଟରେ ବରଗଡ଼ ଜିଲ୍ଲାର ଚାଷୀ ମାନେ। ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା କାରଣରୁ ଚାଷୀମାନଙ୍କ ଚାଷ କାର୍ଯ୍ୟ ସମ୍ପୂଣ୍ଣ ଭାବେ ପଛେଇ ଯାଇଛି। ଜୁଲାଇ ମାସ ଶେଷ ଆଡକୁ ଭଲ ବର୍ଷା ହୋଇଥିବା କାରଣ ରୁ ବର୍ତ୍ତମାନ ସୁଦ୍ଧା ରୁଆ ବିହୁଡା କାମ ସରି ନାହିଁ।
Ad..
ରୁଆ ବିହୁଡା କାଦୁଅ ସମୟରେ ଦାନାଦାର ସାର ଦରକାର ପଡିଥାଏ କିନ୍ତୁ ଚଳିତ ବର୍ଷ ଅନେକ ଚାଷୀ ମାନେ କାଦୁଅ ରେ ଦାନାଦାର ସାର ଦେଇନାହାନ୍ତି। ସେଥିପାଇଁ ବର୍ତ୍ତମାନ ଦ୍ୱତୀୟ ସାର ଦାନାଦାର ଏବଂ ୟୁରିଆ ସାର ଦେବା ସମୟ ହେବା ବେଳେ ସାର ସଙ୍କଟ ଦେଖିବାକୁ ମିଳୁଛି।
ସାର ସହିତ ନାନୋ ସାର ବାଧ୍ୟତାମୂଳକ ଭାବେ ଦେଉଥିବରୁ ଚାଷୀମାନେ ନେବା ପାଇଁ ରାଜି ହେଉନାହାନ୍ତି। ବରଗଡ଼ ଜିଲ୍ଲାରେ DAP ସାର 1350 ଟଙ୍କା ମୂଲ୍ୟ ଥିବା ସ୍ଥଳେ 15/16 ଶହ ଟଙ୍କା ରେ ଖୋଳାବଜାର ରେ ବିକ୍ରି ହେଉଛି। ଯଦି ଚାଷୀମାନେ ସରକାରୀ ମୂଲ୍ୟରେ ସାର ଦେବା ପାଇଁ ଦାବୀ କଲେ ଡିଲର ମାନେ ସାର ନଥିବା କହୁଛନ୍ତି।
ସେଥିପାଇଁ ବରଗଡ଼ ବ୍ଲକ ଗାଇସିମା ର ଚାଷୀ ମାନେ ଜିଲ୍ଲା କୃଷି କାର୍ୟଳୟ ଆସି ସାର ଦେବା ପାଇଁ ଦାବୀ କରିଥିଲେ। ପରେ ପ୍ରଶାସନ ତରଫରୁ କୃଷି ଅଧିକାରୀ ବିରେନ ଛୋରିଆ ଚାଷୀମାନଙ୍କ ସମସ୍ୟା ବୁଝି କାଲି ସୁଦ୍ଧା ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ପାଇଁ ନିର୍ଭର ପ୍ରତିଶୃତି ଦେଇଛନ୍ତି।
ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ ସମେତ ଗାଇସିମା ର ଚାଷୀ ଧନପତି ସାହୁ, ପ୍ରକାଶ ସାହୁ, ଟଙ୍କଧର ଥପା, ନାରାୟଣ ରାଣ ଏବଂ ରୁପେଶ ପଧାନ ନେତୃତ୍ୱ ନେଇଥିଲେ। ଯଦି କାଲି ସୁଦ୍ଧା ସାର ନ ମିଳେ ତାହାହେଲେ ଆନ୍ଦୋଳନ କରିବା ପାଇଁ ସଂଗଠନ ତରଫରୁ ଚେତାବନୀ ଦେଇଛନ୍ତି।
Report : Bijay ku sahu
Edited by k.s thakur...


