ମୁଖ୍ୟଯନ୍ତ୍ରୀ ତାରାପ୍ରସାଦଙ୍କ ଅମାପ ସଂପତ୍ତି ଦେଖି ତଟକା ଭିଜିଲାନ୍ସ...

ମୁଖ୍ୟଯନ୍ତ୍ରୀ ତାରାପ୍ରସାଦଙ୍କ ଅମାପ ସଂପତ୍ତି ଦେଖି ତଟକା ଭିଜିଲାନ୍ସ...


ଭୁବନେଶ୍ବର,୧୨/୦୮ : ଏହା ଯନ୍ତ୍ରୀଙ୍କ ଘର ନା ଅଳଙ୍କାର ଦୋକାନ । ଘରେ ରହିଛି ସୁନା ଦୋକାନ ଭଳି ପୁଳା ପୁଳା ସୁନା ଓ ଦାମୀ ଗହଣା । ଚଢ଼ାଉ ବେଳେ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଅମାପ ସଂପତ୍ତି ଦେଖି ତଟକା ଭିଜିଲାନ୍ସ ବିଭାଗ । ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ରେଡ୍ ବେଳେ ଭୁବନେଶ୍ୱର ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ ହୋଇଛି। ଏଥିସହ ସାମ୍ନାକୁ ଆସିଛି ମର୍ସିଡିଜ କାର ।

         Ad..


ସୁନା ଗହଣା ସହ, ସୁନା ବିସ୍କୁଟ, ସୁନା ଓ ରୂପା କଏନ, ଭିନ୍ନ ଭିନ୍ନ ଡିଜାଇନର ଦାମୀ ଘଣ୍ଟା ଏବଂ ବିଦେଶୀ ମୁଦ୍ରା ଠାବ ହୋଇଛି। ଏସବୁ ଦେଖିଲେ ଲାଗୁଛି ଯେମିତି ବାବୁଙ୍କ ଘରେ ମିନି ଜୁଏଲାରୀ ହୋଇଥିଲା। ନିଜର ଚାକିରି ସମସୟରେ ଏତେ ପରିମାଣର ସୁନା ଗହଣା, ଏକାଧିକ ଫ୍ଲାଟ୍‌‌ କିଭଳି କିଣିଲେ ସେ ନେଇ ଖୋଳତାଡ କରୁଛି ଭିଜିଲାନ୍ସ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। କୋଉଠି କାନ୍ଥରେ ବନ୍ଧୁକ ଟଙ୍ଗା ହୋଇଛିତ ଆଉ କେଉଁଠୁ ମିଳିଛି ବ୍ରାଣ୍ଡେଡ଼ ଘଣ୍ଟା ଓ ବ୍ରାଣ୍ଡେଡ଼ ଚଷମା ଏବଂ ବିଦେଶୀ ମୁଦ୍ରା । ଏବେବି ଭିଜିଲାନ୍ସ ଚଢାଉ ଜାରି ରଖିଛି।

ଭିଜିଲାନ୍ସ ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି । ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ବିଭିନ୍ନ ସ୍ଥାନରେ ରେଡ୍। ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟରେ ଥିବା ବାସଭବନରେ ଚାଲିଛି ରେଡ। 

ଏହାସହ ଭୁବନେଶ୍ଵର କସମୋପଲିସରେ ଥିବା ଦୁଇଟି ଫ୍ଲାଟ, ଝାରସୁଗୁଡ଼ାରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ଏବଂ କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ଵର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରୁଛି।





Edited by k.s thakur...






Post a Comment

Previous Post Next Post