ଶୁଣ୍ଢୀ ସମାଜର ନୂଆଖାଇ ଭେଟ ଘାଟ ପାଇଁ ପ୍ରସ୍ତୁତି ବୈଠକ...

ଶୁଣ୍ଢୀ ସମାଜର ନୂଆଖାଇ ଭେଟ ଘାଟ ପାଇଁ ପ୍ରସ୍ତୁତି ବୈଠକ...


ବରଗଡ଼,୧୩/୦୮ :  ଗତ ରବିବାର ତା.୧୧.୦୮.୨୦୨୪  ଦିନ ଆମ ଶୁଣ୍ଢି ସମାଜର ଉପଦେଷ୍ଟା ଡ଼ା.ପାଣ୍ଡବ ବେହେରାଙ୍କ ବାସଭବନରେ ଶ୍ରୀଯୁକ୍ତ ଉଦ୍ଧବ ଚରଣ ବେହେରାଙ୍କ ସଭାପତିତ୍ବରେ ଏକ ଆଗାମୀ ନୂଆଁଖାଇ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

               Ad..


ବୈଠକରେ ଏ ବର୍ଷର ନୂଆଖାଇ ଭେଟ ଘାଟ ଉତ୍ସବ ପାଳନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ସମାଜର ମହିଳା ସଂଗଠନକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା  ।ଶୁଣ୍ଢି  ସମାଜ ତରଫରୁ ଏକ ରକ୍ତଦାନ ଶିବିର କରାଯିବାକୁ ଆସନ୍ତା ୨୫ ତାରିଖ ଦିନକୁ ଧାର୍ଯ୍ୟ କରାଗଲା।

ଶୁଣ୍ଢି ସମାଜର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟ କଲାପ କୁ କିପରି ତ୍ଵରାନିତ କରାଯାଇ ସଫଳ କରାଯିବ ସେଥି ସକାଶେ ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା। 

ବୈଠକରେ ସର୍ବଶ୍ରୀ ଗଣେଶ ବେହେରା,ଶରତ କୁମାର ବେହେରା,ସୁଧୀର ସାହୁ,ମୋରାରଜୀ ସାହୁ, ବାହାଦୁର ବେହେରା,ନିରଞ୍ଜନ ବେହେରା, ଅଶୋକ ପରିଡ଼ା,ନୀଳମାଧବ ସାହୁ,ରାଜୁ ଚୌଧୁରୀ,ଶିବ ବେହେରା,ଅଶୋକ ବେହେରା,ଟୁକୁନା ସାହୁ ଯୋଗଦେଇ ତାଙ୍କର ମତାମତ ରଖିଥିଲେ ।

ବୈଠକକୁ ନାରୀ ନେତ୍ରୀ ସୁଜାତା ବେହେରା,ସୁନୀତା ବେହେରା,ଦିପ୍ତିଲତା ବେହେରା,ମୀନାକ୍ଷୀ ପରିଡ଼ା, ମଞ୍ଜୁ ବେହେରା, ଗୀତା ସାହୁ ପରିଚାଳନା କରିଥିଲେ ।ଶେଷରେ ନାରୀ ସଭାନେତ୍ରୀ ଅଧ୍ୟାପିକା ଅନୁପମା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post