ବରଗଡ଼ ଧନୁଯାତ୍ରା ର ପ୍ରସିଦ୍ଧ କଂସ ଏଲି ଆଉ ଆମ ଗହଣରେ ନାହାନ୍ତି...

ବରଗଡ଼ ଧନୁଯାତ୍ରା ର ପ୍ରସିଦ୍ଧ କଂସ ଏଲି ଆଉ ଆମ ଗହଣରେ ନାହାନ୍ତି...


ବରଗଡ଼,୧୩/୦୮ : ସଂସାରରୁ ବିଦାୟ ନେଲେ ବରଗଡ଼ ଧନୁଯାତ୍ରା ର ପ୍ରସିଦ୍ଧ କଂସ କଳାକାର ଏଲି। ଦିର୍ଘ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରି ବରଗଡ଼ ଧନୁଯାତ୍ରା କୁ ପ୍ରସିଦ୍ଧ କରିବାରେ ମାଇଲଖୁଣ୍ଟ ସାଜି ଥିବା ଗୋପାଳ ସାହୁ ଆଜି ଝାରସୁଗୁଡା ଠାରେ ଦେହାନ୍ତ ଘଟିଛି। 

             Ad..


ଗୋପାଳ ସାହୁ ୧୯୮୪ ମସିହା ପ୍ରଥମେ ବରଗଡ଼ ଧନୁଯାତ୍ରା ର କଂସ ଭୂମିକାରେ ଅଭିନୟ କରିଥିଲେ । ୧୯୮୪ ମସିହାରୁ ଲଗାତାର ଭାବରେ ୨୦୦୮ ପର୍ଯ୍ୟନ୍ତ ଅଭିନୟ କରିଥିଲେ। ମଝିରେ ୧୯୯୯ ଓ ୨୦୦୦ ମସିହାରେ ଦୁଇବର୍ଷ ଅଭିନୟ କରିନଥିଲେ। 

ଗୋପାଳ ସାହୁ ଙ୍କ ଜନ୍ମଗ୍ରହଣ ବଲାଙ୍ଗୀର ଜିଲ୍ଲା ରେ ହୋଇଥିବା ବେଳେ ବରପାଲି ଜଗନ୍ନାଥ ନଗରରେ ଘରକରି ରହୁଥିଲେ। କର୍ମ ପୋଲିସ ଚାକିରି ଥିବାବେଳେ ଅଭିନୟ ତାଙ୍କ ର ଜୀବନ ଥିଲା । ସାଧାରଣ କଳାକାର ଭାବରେ କଳାକାରି ଆରମ୍ଭ କରି ମଞ୍ଚ ରୁ ଚଳଚିତ୍ର ପର୍ଯ୍ୟନ୍ତ ଅଭିନୟ ରେ ପ୍ରତିଷ୍ଠିତ ହୋଇପାରିଥିଲେ। 

ଆଜି ତାଙ୍କ ପୁଅ ଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ଅସୁସ୍ଥରହି ଭୋର ସମୟରେ ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତ ରେ ସମସ୍ତ ଜିଲ୍ଲା ବ୍ୟାପୀ ଦୁଃଖ ଓ ଶୋକ ପ୍ରକାଶ ପାଇଛି। ବରଗଡ଼ ଧନୁଯାତ୍ରା ମସୋତ୍ସବ ପାଳନ କମିଟି ର ସମ୍ପାଦକ ସୁରେଶ୍ଵର ଶତପଥୀ, ପଶ୍ଚିମ ଓଡ଼ିଶା କଳାକାର ସଂଘ ସଭାପତି ଦୟାନିଧି ପ୍ରଧାନ ସମ୍ପାଦକ ଜଗଦାନନ୍ଦ ମିଶ୍ର ପ୍ରମୁଖ ତାଙ୍କ ବରପାଲି ସ୍ଥିତ ଜଗନ୍ନାଥ ନଗର ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। 

ସେହିପରି ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡ଼ତୀଆ, ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ମାଧବ ପ୍ରସାଦ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।




Report : Bijay ku sahu

Edited by k.s thakur...




Post a Comment

Previous Post Next Post