SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ,ଏନକାଉଣ୍ଟରେ ଦୁଇ ମହିଳା ମାଓବାଦୀ ନିହତ...

SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ,ଏନକାଉଣ୍ଟରେ ଦୁଇ ମହିଳା ମାଓବାଦୀ ନିହତ...

କନ୍ଧମାଳ, ୦୬/୧୨ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ପୁଲିସ ଏନକାଉଣ୍ଟରେ ଦୁଇ ମହିଳା ମାଓବାଦୀ ନିହତ। ବିଶେଷ ସୂତ୍ରରୁ ଖବର ପାଇ କନ୍ଧମାଳ ପୁଲିସ ପକ୍ଷରୁ ଆଜି ମଟକୁପ ସଂରକ୍ଷିତ ଜଙ୍ଗଲରେ ମାଓ ବିରୋଧୀ ଅପରେସନ କରାଯାଇଥିଲା। ଏହି ସମୟରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିବା ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ।

         Ad..



CPI ମାଓଇଷ୍ଟ କ୍ୟାଡର ପୋଷାକରେ ଥିବା ଏହି ୨ ଜଣ ମହିଳା ମାଓବାଦୀଙ୍କ ନିକଟରୁ ୪ ବନ୍ଧୁକ, ୧୧ଟି ଗୁଳି, IED ଜବତ କରାଯାଇଛି। ଜବତ ବନ୍ଧୁକ ଭିତରୁ ଗୋଟିଏ ଅତ୍ୟାଧୁନିକ ଇନ୍‌ସାସ୍ ରାଇଫେଲ ରହିଛି। ମୃତ ଦୁଇ ମହିଳା ମାଓବାଦୀଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି ପୁଲିସ। ସେମାନେ ବଡ଼ ମାଓ କ୍ୟାଡର ବୋଲି ସନ୍ଦେହ କରାଯାଉଥିବା ଡିଜି ସୁନିଲ ବଂଶଲ କହିଛନ୍ତି।

ସେପଟେ ଏହି ଅଞ୍ଚଳରେ ଏବେ କମ୍ବିଂ ଅପରେସନକୁ ପୁଲିସ ପକ୍ଷରୁ ଜୋରଦାର କରାଯାଇଛି। ମାଓବାଦୀଙ୍କ ପକ୍ଷରୁ ଏବେ PLGA ସପ୍ତାହ ପାଳନ କରାଯାଉଥିବାରୁ ଏମାନେ କୌଣସି ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ନଭେମ୍ବର ୧୧ରେ ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲ ଏନ୍କାଉଣ୍ଟରରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଥିଲେ। ନିହତ ଦୁଇ ମାଓବାଦୀଙ୍କ ଘର ଛତିଶଗଡ଼ରେ ହୋଇଥିବା ବେଳେ ସେମାନଙ୍କ ମୁଣ୍ଡ ପିଛା ୪ ଲକ୍ଷର ପୁରସ୍କାର ଘୋଷଣା ଥିଲା। ତା’ ପୂର୍ବରୁ ଅକ୍ଟୋବର ୧୧ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଣାସୁଲୁ ଜଙ୍ଗଲରେ ଜଣେ ମହିଳା ମାଓବାଦୀଙ୍କର ଏନକାଉଣ୍ଟରେ ମୃତ୍ୟୁ ହୋଇଥିଲା। ସେଠାରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା।






Edited by k.s thakur...

Post a Comment

Previous Post Next Post