ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ...

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ...

କଣ୍ଟାବାଞ୍ଜି, ୦୬/୧୨:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ  ଛାତ୍ର ଛାତ୍ରୀ ପାଇଁ ଙ୍କ ତୁରେକେଲା ବ୍ଲକ୍ ସ୍ତରୀୟ  କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

   Ad...



ଉକ୍ତ କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଫକିର ଚରଣ ବିଶି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ।କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦେଇଥିଲେ । 

ବ୍ଲକ୍ ର ସମସ୍ତ ସରକାରୀ ବିଦ୍ୟାଳୟ ରୁ ପ୍ରାୟ ୯୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ କନିଷ୍ଠ ଓ ବରିଷ୍ଠ ବିଭାଗ ରେ ଅନେକ ଗୁଡ଼ିଏ କ୍ରୀଡା ଓ ସଂସ୍କୃତିକ କାର୍ଯକ୍ରମ ରେ ଅଂଶ ଗ୍ରହଣ କରି ଥିଲେ। କୁନୁ କୁନି ପିଲା ଙ୍କ ଅନ୍ତର ନିହିତ ଶକ୍ତି ର ସକାରାତ୍ମକ ପରିବେଶ ସୃଷ୍ଠି କରିବା ପାଇଁ କାର୍ଯକ୍ରମଟି କରାଯାଇଥିଲା । ଆଜିକାର କାର୍ଯ୍ୟକ୍ରମ ରେ BRT  ସୁନିଲ କୁମାର ସାହୁ ଓ BRT  ଜ୍ୟୋତି ବିକାଶ ବାରିକ୍ କାର୍ଯ୍ୟକ୍ରମ ଟି କୁ ସଂଯୋଜନା କରିଥିଲେ ।CRCC ଦିନେଶ ମହାନନ୍ଦ ମଞ୍ଚ ପରିଚାଳନା କରି ଥିଲେ।CRCC ଅମରେନ୍ଦ୍ର ବାଗ,ଧନ ସିଂ ମାଝୀ,ଅନୁପ ଦାସ ବିଭିନ୍ନ କ୍ରୀଡା ରେ ତଦାରଖ କରିଥିଲେ ।

CRCC ଗଜୟ ଦାସ, ଗୁରୁ ପ୍ରସାଦ ଛତ୍ରିଆ,ଅଞ୍ଜଳି ମାଝୀ , ଉପେନ୍ଦ୍ର ଚନ୍ଦନ, ରାଜେନ୍ଦ୍ର ସେଠ୍, ସ୍ୱରଭ ବେହେରା,ଅସିତ୍ ପ୍ରଧାନ, ଅଭିନାଶ ମହାଳିଙ୍ଗ, ସମ୍ୟରଞ୍ଜନ ସାହୁ ସାଂସ୍କୃତିକ  କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଅଭିଭାବକ ମାନେ ମଧ୍ୟ କାର୍ଯକ୍ରମ ରେ ସକରାତ୍ମକ ରୂପେ ଅଂଶ ଗ୍ରହଣ କରିଥିଲେ ।





Edited by k.s thakur...

Post a Comment

Previous Post Next Post