କଟଣୀ ଛାଟଣୀ କୁ ବିରୋଧ କଲେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ଚାଷୀ...
ମୁରିବାହାଲ,୦୭/୧୨ : ମୁରିବାହାଲ ବ୍ଲକ ଅନ୍ତର୍ଗତ ଲେବଡ଼ା କୃଷି ସମବାୟ ସମିତି ରେ ଧାନ ବିକ୍ରି ରେ କଟଣି ଛଟନି କୁ ନେଇ କିଛି ଦିନ ହେଲା ଅସନ୍ତୋଷ ଦେଖା ଦେଇଥିଲା।
Ad..
ଖବର ପାଇ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ବଲାଙ୍ଗିର ର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ ଗରିବ ସେନା ର ଉପ ସଭାପତି ଯୁବରାଜ ମାଝୀ ତାଙ୍କ ଟିମ୍ ସହ ପହଞ୍ଚି ଚାଷୀ ମାନଙ୍କ ସହିତ କଥା ବାର୍ତ୍ତା ହୋଇ ଅଞ୍ଚଳ ର ଚାଷୀ ମାନଙ୍କ ସହିତ ବିରୋଧ ପ୍ରଦର୍ଶନ କରିଥିଲେ।
କିଛି ସମୟ ପରେ ମିଲର ଓ ଡିଓ ଟିଟୁ ସାହୁ ଆସି ଚାଷୀ ମାନଙ୍କ ସହିତ ବୁଝା ମଣା ହୋଇ ଚାଷୀ ମାନଙ୍କ ହିସାବ ରେ ଧାନ ବିକ୍ରି କରା ହେବ ବୋଲି ପ୍ରତିସୃତି ଦେଇଥିଲେ । ଦୟା ସାଗର ସାହୁ, ସମାଜ ସେବୀ ରଞ୍ଜନ ବଗର୍ତ୍ତି , ରାଜିନ ଜାନି, ଭକ୍ତ ସାହୁ, ଜର୍ମନ୍ ବଗର୍ତ୍ତି, ଯୁବରାଜ ନାଗ, କେଶର ରଣା, ଭାଳ ଚନ୍ଦ୍ର ବଗର୍ତ୍ତି, ୱାର୍ଡ ମେମ୍ବର ଅଶୋକ ଭରସାଗର, ନାୟକ ସରପଞ୍ଚ ଚନ୍ଦ୍ରମଣି ବଗର୍ତ୍ତି ଓ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur..


