ପୁଅର ଜନ୍ମ ଦିନରେ ଗରିବ, ଅସହାୟ ଙ୍କୁ କମ୍ବଳ ବଣ୍ଟନ...

ପୁଅର ଜନ୍ମ ଦିନରେ ଗରିବ, ଅସହାୟ ଙ୍କୁ କମ୍ବଳ ବଣ୍ଟନ...

କଣ୍ଟାବାଞ୍ଜି,୦୭/୧୨ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମରେ ଜଣେ ଶିଶୁ ପୁତ୍ର ଜନ୍ମ ଦିନ ଅବସରରେ ଗରିବ ଓ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।

       Ad...



ଲୋକେ ନିଜ ପୁଅ ହଉ ଅବା ଝିଅ ଜନ୍ମ ଦିନରେ ସାଇ ପଡିସା ଓ ସମ୍ପର୍କୀୟ ଲୋକଙ୍କୁ ଡ଼ାକି କେକ କାଟି ଓ ମିଠା ବାଣ୍ଟି ଜନ୍ମ ଦିନ ପାଳନ କରିଥାନ୍ତି। କିନ୍ତୁ ଦାବ୍ରି ଗ୍ରାମର ମାଁ ଦୁଆରସନୀ ୟୁଥ କ୍ଲବ ର କୋଷାଧ୍ୟକ୍ଷ ବୈକୁଣ୍ଠ ଚନ୍ଦନ ଙ୍କ ପୁଅ ଦେବ ଚନ୍ଦନ ର ଜନ୍ମ ଦିନ ଅବସରରେ ଗରିବ ଓ ଅସହାୟ ଙ୍କୁ କମ୍ବଳ ବାଣ୍ଟି ଏବଂ ତାଙ୍କର ଆଶୀର୍ବାଦ ନେଇ ଜନ୍ମ ଦିନ ପାଳନ କରିଥିଲେ। ମୋଟ ୨୫ ଜଣଙ୍କୁ ଗୋଟିଏ ଲେଖାଏଁ କମ୍ବଳ ବଣ୍ଟନ କରାଯାଇଥିଲା। ମୁଣ୍ଡାପଡା, ଆମପଡା,ଝାଙ୍କର୍ ପଡା,ଯାଦବ ପଡା,ହରିଜନ ପଡା ରେ କମ୍ବଳ ବଣ୍ଟା କରାଯାଇଥିଲା।







Edited by k.s thakur...



Post a Comment

Previous Post Next Post