ଆଳୁ ଖୋଲୁ ଖୋଳୁ ମହାଦେବ, ଗଞ୍ଜେଇ ଯାଞ୍ଚ ବେଳେ ବସରୁ ମିଳିଲା ସୁନା ବିସ୍କୁଟ...
ବ୍ରହ୍ମପୁର, ୦୮/୧୨ : ଆଳୁ ଖୋଲୁ ଖୋଳୁ ମହାଦେବ, ଗଞ୍ଜେଇ ଯାଞ୍ଚ ବେଳେ ବସରୁ ମିଳିଲା ସୁନା ବିସ୍କୁଟ। ଗଞ୍ଜେଇ ଯାଞ୍ଚ ବେଳେ ବ୍ରହ୍ମପୁର ସ୍ଥିତ ଅବାକରୀ ଗୁଇନ୍ଦା ବିଭାଗକୁ ପୁଣି ମିଳିଛି ସୁନା ।ଏକ ସରକାରୀ ବସ ଭିତରେ ବସି ଯାଉଥିବା କଟକର ଜଣେ ଯାତ୍ରୀଙ୍କ ବ୍ୟାଗରୁ ୩୦୯ ଗ୍ରାମ ସୁନା ବିସ୍କୁଟ ଓ ୫୦ ଗ୍ରାମ ସୁନା ଅଳଙ୍କାର ଠାବ ହୋଇଛି।
Ad..
ପ୍ରାଥମିକ ତଦନ୍ତରୁ ଏହି ସୁନାରେ ଜିଏସଟି ପଇଠ ହୋଇନଥିବା ଜଣାପଡ଼ିଛି। ସୁନା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗୋପାଳପୁର ଥାନାକୁ ହସ୍ତାନ୍ତର କରାଯାଇଛି।
ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ବସରେ କିଛି ଯାତ୍ରୀ ଗଞ୍ଜେଇ ଚାଲାଣ କରୁଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ଏହାପରେ ବିଭାଗର ଏକ ଟିମ ଜାତୀୟ ରାଜପଥ -୧୬ର ଗୋପାଳପୁର ଜଙ୍କସନ ଠାରେ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ବ୍ରହ୍ମପୁରରୁ କଟକ ଅଭିମୁଖେ ଯାଉଥିବା ଓଏସଆରଟିସି ବସ ଭିତରେ ଅବକାରୀ ଅଧିକାରୀମାନେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ବସ ଭିତରେ ବସିଥିବା ୫ ଜଣ ବ୍ୟକ୍ତିଙ୍କ ନିକଟରୁ ମୋଟ ୫୭ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ୫ ଜଣଙ୍କ ମଧ୍ୟରେ ମୋହନାର ଦୁଇ ଜଣ ରହିଥିବା ବେଳେ ଜଣେ ଅଡବା ଏବଂ ଆଉ ଜଣେ ବିହାର ରାଜ୍ୟର ।
ସେହିପରି ଏହି ବସ ଭିତରେ ବସିଥିବା କଟକର ମହାଦେବ ଅଲୁଙ୍କ ବ୍ୟାଗ ଭିତରୁ ଅବକାରୀ ବିଭାଗ ଅଧିକାରୀମାନେ ମୋଟ ୩୮୯ ଗ୍ରାମ ସୁନା ଠାବ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗର ଡେପୁଟି କମିଶନର ଅଶୋକ ଶତପଥି କହିଛନ୍ତି। ମହାଦେବଙ୍କୁ ପଚରାଉଚରା ବେଳେ ସେ ଜିଏସଟି ଫାଙ୍କିବାକୁ ଏହି ସୁନା ଅଳଙ୍କାର ବ୍ରହ୍ମପୁରରୁ କଟକ ନେଇ ଯାଉଥିବା ବିଭାଗୀୟ ଅଧିକାରୀଙ୍କୁ କହିଥିବା ସୂଚନା।
Edited by k.s thakur...


