ପଦ୍ମପୁରରେ ଇଭିଏମ୍ ହେରଫେର ! ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ...

ପଦ୍ମପୁରରେ ଇଭିଏମ୍ ହେରଫେର ! ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ...

ପଦ୍ମପୁର,୦୮/୧୨ : ଆଜି ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି। ଏହାପୂର୍ବରୁ ଇଭିଏମ୍ ହେରଫେର ହୋଇଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଏନେଇ ସେ ଗତ କାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି।

         Ad..



ପ୍ରଦୀପ କହିବା ଅନୁସାରେ, ପଦ୍ମପୁରର ୧୧ଟି ବୁଥ୍‌ରେ ଇଭିଏମ୍ ନମ୍ବର ମେଳ ଖାଉନି। ବିଜେପିକୁ ମିଳିଥିବା ଲିଷ୍ଟ ଓ ପ୍ରିଜାଇଡିଂ ଅଫିସର ଲେଖିଥିବା ଇଭିଏମ୍ ନମ୍ବର ମେଳ ଖାଉନି। 

ଯେଉଁ ବୁଥ୍‌ରେ ବିଜେପି ସ୍ଥିତି ଭଲ, ସେଠି ଏମିତି ସମସ୍ୟା ହୋଇଛି। ବିଜେପି ଏଜେଣ୍ଟଙ୍କୁ ମିଳିଥିବା ୧୭ସି ଫମ୍‌ରୁ ଏଭଳି ତଥ୍ୟ ଆସିଛି। ଇଭିଏମ୍‌ ମେସିନ୍‌ଗୁଡ଼ିକ ନା ଷ୍ଟକକରୁ ଆସିଛି ନା, ମହଜୁଦ୍ ଥିବା ମେସିନ୍ ବ୍ୟବହାର ହୋଇଛି। ଜିଲ୍ଲାପାଳ ଏନେଇ ତଦନ୍ତ କରି ରାତି ୧୧ଟା ସୁଦ୍ଧା ଜଣାଇବେ ବୋଲି ପ୍ରଦୀପ ଗଣମାଧ୍ୟମକୁ କହିଛନ୍ତି।ସେପଟେ ପ୍ରଦୀପଙ୍କ ଅଭିଯୋଗର ତଦନ୍ତ ହେଉଥିବା କହିଛନ୍ତି ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ।






Edited by k.s thakur...

Post a Comment

Previous Post Next Post