ପଦ୍ମପୁର ଉପନିର୍ବାଚନ : ୪ ବୁଥ୍‌ରେ EVM ଅଚଳ,ସକାଳ ୯ଟା ସୁଦ୍ଧା ୮.୫ % ମତଦାନ...

ପଦ୍ମପୁର ଉପନିର୍ବାଚନ : ୪ ବୁଥ୍‌ରେ EVM ଅଚଳ,ସକାଳ ୯ଟା ସୁଦ୍ଧା ୮.୫ % ମତଦାନ...

ପଦ୍ମପୁର, ୦୫/୧୨: ଆଜି ଭୋଟ୍ ଦେଉଛନ୍ତି ପଦ୍ମପୁର ବାସିନ୍ଦା।ସକାଳ  ୭ ଟା ରୁ ଭୋଟିଂ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ୮.୫ % ମତଦାନ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। 
   Ad..



ଅପରାହ୍ନ ୪ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତ ଦେବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ ୩୩୯ଟି ବୁଥ ଏବଂ ୭୯ଟି ସମ୍ବେଦନଶୀଳ ବୁଥ୍ ରହିଛି। ୧୨୦ଟି ବୁଥ୍ ରେ ୱେବକାଷ୍ଟିଂ, ୬୬ ବୁଥ୍ ରେ CCTV, ୧୫ଟି ମଡେଲ ବୁଥ୍ , ୬ଟି ପିଙ୍କ୍ ବୁଥ୍ ବ୍ୟବସ୍ଥା କରାଯାଇଛି। ସେହିପରି ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଅପର ପକ୍ଷରେ ୪ଟି ବୁଥ୍‌ରେ ଇଭିଏମ୍ ଅଚଳ ହୋଇଥିବା ଖବର ଆସୁଛି। ପଦ୍ମପୁର ରାଜବୋଡା ସମ୍ବର ୨୦୯ ନମ୍ବର ବୁଥରେ EVM ଅଚଳ ହେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି। ତହସିଲଦାରଙ୍କ ଉପସ୍ଥିତିରେ EVM ଯାଞ୍ଚ୍ କରାଯାଇଛି। କିଛି ଭୋଟ୍ ପଡିବା ପରେ EVMରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପ୍ରାୟ ୩୦ ମିନିଟ୍ ପରେ ମତଦାନ ସ୍ଵାଭାବିକ ହୋଇଛି।






Edited by k.s thakur...

Post a Comment

Previous Post Next Post