ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉତ୍ଘାଟିତ, ପ୍ରଥମ ଦିନଖେଳ ରେ ଜାମଖୁଣ୍ଟା ଚମ୍ପିୟାନ...

ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉତ୍ଘାଟିତ, ପ୍ରଥମ ଦିନଖେଳ ରେ ଜାମଖୁଣ୍ଟା ଚମ୍ପିୟାନ...

ବଙ୍ଗୋମୁଣ୍ଡା,୫/୧୨: ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଖେଳ ପଡ଼ିଆଠାରେବୁଢାରଜା ଫୁଟବଲ ଟୁର୍ଣ୍ଣା ମେଣ୍ଟଉଦ୍ଧଘାଟିତ ହୋଇଯାଇଛି । ପ୍ରଥମ ଦିନଖେଳରେ ମୁରିବାହାଲ ବନାମ ଜାମଖୁଣ୍ଟା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା କୋୖତୁହଲ ଓ ସଂଘର୍ଷ ପୂର୍ଣ୍ଣ ଖେଳ ମଧ୍ୟରେ ମୁରିବାହାଲଫୁଟବଲଦଳକୁ ୦ ୨ ଗୋଳଦେଇ ଜାମଖୁଣ୍ଟା ଦଳ ପରବର୍ତ୍ତୀ ଖେଳକୁ ଉତ୍ତୀର୍ଣ୍ଣ ହୋଇଛି। 
   Ad..



ସ୍ଥାନୀୟ ସରପଞ୍ଚ ତଥା ବୁଢ଼ାରଜା ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଏସୋସିଏସନ ଆୟୋଜକ କମିଟିର  ସଭାପତି ଜିତେନ୍ଦ୍ର ବଛାଙ୍କ  ତତ୍ତ୍ୱାଧାନରେ ଉକ୍ତ ଟୁର୍ଣ୍ଣାମେଣ୍ଟଟି ପରିଚାଲିତ ହୋଇଥିଲା । ଉତ୍ଘାଟନ ପ୍ରଥମ ଦିନ ଖେଳରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଳକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗ ଦେଇ ଶୁଭ ଉଦ୍ଧଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଳକସରପଞ୍ଚ ସଂଘ ସଭାପତି ତଥା ସରପଞ୍ଚ ଅଜିତ ଯୋଶୀ, ଅନ୍ୟ ତମ ସମ୍ମାନୀୟ ଅତିଥି ହେଲେଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା ସମ୍ମାନିୟ ଅତିଥି ଭାବରେ ରାଜେନ୍ଦ୍ର ସିଂ ଭୋଇ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । 

ତେବେ ଖେଳକୁ ପରିଚାଳନା କରିଥିଲେ- ଲବ ସୁନାନୀ ଲାଇନସରେ ସହଯୋଗ କରିଥିଲେ।  ଜିତେନ ମାଝୀ ଓ ଯଶୋବନ୍ତ ମାଝୀ  ଧାରାବିବରଣୀ ପ୍ରଦାନ କରିଥିଲେ ।ସରୋଜବାରିକ,  ଜିତେନ୍ଦ୍ର ରଣା,ଶ୍ରୀକାନ୍ତ ସିଂ ଭୋଇ,ସଞ୍ଜୀବ କୁମାର ସିଂ ଭୋଇ,ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।






Edited by k.s thakur...

Post a Comment

Previous Post Next Post