ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ...
କଣ୍ଟାବାଞ୍ଜି,୦୫/୧୨ : ତୁରେକେଲା ବ୍ଳକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଥିଲା। Ad..
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରକୃତିବଂଧୁ ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ବିଶେଶ୍ୱର ମୁଦୁଲି ଓ ନରେଶ ତାଣ୍ଡି ଉପସ୍ଥିତ ଥିଲେ।
ଶ୍ରୀ ଦାଶ ମୃତ୍ତିକା ସଂରକ୍ଷଣ ଓ ତାର କିପରି ଯତ୍ନ ନିଆଯିବ ତାରି ଉପରେ ଆଲୋକପାତ କରିଥିଲେ।ତାପରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ରୀ ଲଳିତା ବାଗ ଓ ସୁନୀଲ ବେହେରା କନିଷ୍ଠ ବିଭାଗରେ ଦଶ ଜଣଙ୍କ ଭିତରେ ସ୍ଥାନ ପାଇଥିବାରୁ ତାଙ୍କୁ ପ୍ରମାଣ ପତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।
Edited by k.s thakur...


