ଝିଙ୍କିଡୁଙ୍ଗୁରି ଗିରି ଗୋବର୍ଦ୍ଧନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ...

ଝିଙ୍କିଡୁଙ୍ଗୁରି ଗିରି ଗୋବର୍ଦ୍ଧନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ...

ମୁରିବାହାଲ,୦୫/୧୨ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରି ଖେଳପଡ଼ିଆ ଠାରେ ଗିରିଗୋବର୍ଦ୍ଧନ ଫୁଟବଲ କ୍ଳବ ଆନୁକୂଲ୍ୟରେ ୧୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।

   Ad..



ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ  ଦୟାନିଧି ସାହୁ,ସମ୍ମାନିତ ଅତିଥି ଭାବେ ଗ୍ରାମର ରାଜିନ୍ଦ୍ର ସାହୁ,ପାର୍ଥବ ସାହୁ,ସନ୍ତୋଷ ସାହୁ,ହୃଦାନନ୍ଦ ସାହୁ,ଧନେଶ୍ୱର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । 

ଉଦଘାଟନୀ ଦିବସର ପ୍ରଥମ ରାଉଣ୍ଡ ଖେଳ ଝଳପ ଏବଂ ବଡ଼ମୂଳା ମଧ୍ୟରେ  ଅନୁଷ୍ଠିତ ହୋଇଥିଲା ।ସଂଘର୍ଷ ପୂର୍ଣ୍ଣ ଏହି ମ୍ୟାଚରେ ଝଲପ ଦଳ ଗୋଟିଏ ଗୋଲ ସ୍କୋର କରି ବଡ଼ମୂଳା ଦଳ କୁ ପରାଜିତ କରିଥିଲା ।ଦ୍ଵିତୀୟ ରାଉଣ୍ଡରେ ଗୁଡିଘାଟ ଏବଂ ତେତେଲପଡା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଗୁଡିଘାଟ ଦଳ   ଗୋଟିଏ ଗୋଲ ସ୍କୋର କରି ବିଜୟୀ ହୋଇଥିଲା ।ଖେଳ ପରିଚାଳନା କରିଥିଲେ ଦୁଷ୍ମନ୍ତ ସାହୁ,ଡିସେମ୍ବର ଭୋଇ ।ଆୟୋଜନ କମିଟି ର ସଭାପତି ଦୁଲମଣି ଭୋଇ,ଉପସଭାପତି ଚୂଳଦେଵ ସାହୁ,କୋଷାଧ୍ୟକ୍ଷ ନାରାୟଣ ସାହୁ,ନରେଶ ସାହୁ,ସମ୍ପାଦକ ଦିଗାମ୍ବର ଭୋଇ,ସହ  କମିଟି ର ସଦସ୍ୟ ସହଯୋଗ କରିଥିଲେ ।






Edited by k.s thakur...

Post a Comment

Previous Post Next Post