ବ୍ୟାଙ୍କ ଅଧିକାରୀ ଆତ୍ମହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଗିରଫ…
ସୋନପୁର,୦୫/୧୨ : ବହୁ ଚର୍ଚ୍ଚିତ ବ୍ୟାଙ୍କ ଅଧିକାରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆତ୍ମହତ୍ୟା ଘଟଣାରେ ସୁବର୍ଣପୁର ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ଦୁଇ ଜଣଙ୍କୁ ରାଜସ୍ଥାନରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜସ୍ଥାନ ଅଳବା ଜିଲ୍ଲା ତିଜରା ଥାନା ଜାଇରୋଲିର ମୁଖ୍ୟ ଅଭିଯୁକ୍ତ ମେହେବୁବ (୩୧) ଏବଂ ତାର ଶଳା ସରହେତାର ଆଦିଲ ।
Ad..
ଏନେଇ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଅଶ୍ଳୀଳ ଭିଡିଓ କଲ କରି ବ୍ଲାକମେଲିଙ୍ଗ କରି ପ୍ରାୟ ୨୬ ଲକ୍ଷ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟ ମାନଙ୍କୁ ମୃତକ ଦିବ୍ୟଶଙ୍କର ଟ୍ରାନ୍ସଫର କରିଥିଲେ ।
ବ୍ଲାକମେଲିଙ୍ଗ ଯୋଗୁଁ ଏହି ଆତ୍ମହତ୍ୟା ହୋଇଥିବା ଏସପି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଅଛନ୍ତି ଏବଂ ତାଙ୍କୁ ଖୁବ ଶ୍ରୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି ।
Edited by k.s thakur...


