ସଇଁନ୍ତଲା ଠାରେ ଉତ୍କଳ କନ୍ଧ ସମାଜ ର ଜିଲ୍ଲା କର୍ମକର୍ତ୍ତା ଚୟନ...

ସଇଁନ୍ତଲା ଠାରେ ଉତ୍କଳ କନ୍ଧ ସମାଜ ର ଜିଲ୍ଲା କର୍ମକର୍ତ୍ତା ଚୟନ...

ଟିଟିଲାଗଡ,୦୬/୧୨: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥିତ ବିବେକାନନ୍ଦ ପାଠାଗାର ଠାରେ ରବିବାର ଦିନ ଉତ୍କଳ କନ୍ଧ ସମାଜର ଜିଲା ସ୍ତରୀୟ କର୍ମକର୍ତା ଚୟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଗହକା ପ୍ରଗଣାର ସଭାପତି ଯୁବରାଜ ମାଝୀ ଯୋଗଦେଇଥିଲେ ।

   Ad..



ଉତ୍କଳ କନ୍ଧ ସମାଜ କେନ୍ଦ୍ର କମିଟି ସଭାପତି ଚିନ୍ତାମଣି ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ଏଥିରେ ନବ ନିର୍ବାଚିତ ଜିଲା ସଭାପତି ବିରଞ୍ଚି ଭୋଇ,ଏବଂ କେନ୍ଦ୍ର କମିଟି ସଦସ୍ୟ ପ୍ରଦୀପ ମାଝୀ, ଗୀତା ଭୋଇ,ବଲ୍ଲବୀ ଭୋଇ,ଲବଣି ଭୋଇ,ପ୍ରଗଣା କାର୍ଯ୍ୟକର୍ତା ପ୍ରହଲ୍ଲାଦ ମାଝୀ, ଶରତ ଚନ୍ଦ୍ର ସିଂ ଭୋଇ,ନୃପମଣି ଭୋଇ,ସୀମାଞ୍ଚଳ ଭୋଇ,ଲେକୃ ସିଂ ମାଝୀ, ପ୍ରେମାନନ୍ଦ ଭୋଇ,ଦାଶରଥି ଭୋଇ,ରୋହିତ ଜାନୀ, ଅରୁଣ ସିଂ ଭୋଇ,ନାରାୟଣ ମାଝୀ, ରାଧେଶ୍ୟାମ ଭୋଇ,ଭୋଜରାଜ ମାଝୀ, କପିଲ ଭୋଇ,ଅଗସ୍ତି ମାଝୀ, ଅଚ୍ୟୁତ ଭୋଇ ଉପସ୍ଥିତ ଥିଲେ ।

ଜିଲ୍ଲା କମିଟିର ସଭାପତି ବିରଞ୍ଚି ଭୋଇ ଙ୍କ ଉପସ୍ଥିତିରେ ଜିଲା କମିଟି ର ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ,ସମ୍ପାଦକ ସାଧୁରାମ ମାଝୀ, ସହ ସମ୍ପାଦକ  ଧୁବଳେଶ୍ୱର କଁଅର,କୋଷାଧ୍ୟକ୍ଷ ଭାବେ ରୋହିତ ଜାନୀ ଙ୍କୁ ଚୟନ କରାଯାଇଥିଲା ।ଏହି ବୈଠକରେ ବଲାଙ୍ଗିର ଜିଲାର ୧୨ ଟି ପ୍ରଗଣାର କନ୍ଧ ସମାଜର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।






Edited by k.s thakur...

Post a Comment

Previous Post Next Post