କନ୍ଧ ସମାଜ ଯୁବ ସଂଗଠନ ର ସଚେତନତା ସଭା...

କନ୍ଧ ସମାଜ ଯୁବ ସଂଗଠନ ର ସଚେତନତା ସଭା...

ମୁରିବାହାଲ,୦୬/୧୨ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଟୁର୍ଚ୍ଚାକାନି ଗ୍ରାମ ଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ର ସଚେତନ ବୈଠକ ସଂଗଠନ ର ଜିଲ୍ଲା ସଭାପତି ସୁରେଶ ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

       Ad..



ପ୍ରାରମ୍ଭରେ ଧରନୀ ପୀଠ ରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜଳ,ଜମି,ଜଙ୍ଗଲର ସୁରକ୍ଷା ପାଇଁ ଏଜକୁଟ ହୋଇ ଲଢେଇ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।କନ୍ଧ ସମାଜର ରୀତିନୀତି,ସଂସ୍କୃତି,ଐତିହ୍ୟ,ପରମ୍ପରାର ସୁରକ୍ଷା ପାଇଁ ଆଗେଇ ଆସିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ ।ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ଆଦିବାସୀ ଙ୍କ ଅଧିକାର ଓ ହକ ପାଇଁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ଉପ ସଭାପତି ଧନେଶ୍ୱର ମାଝୀ, ସମ୍ପାଦକ ଡିଙ୍ଗର ଭୋଇ,ନାରୀ ନେତ୍ରୀ କିରଣ ଭୋଇ,ଜିଲା ସହ ସଂଯୋଜକ ପ୍ରଦୀପ ମାଝୀ, କୋଷାଧ୍ୟକ୍ଷ ଡ଼ମ୍ବରୁଧର କୁଅଁର,ବୁଡୁକା ପ୍ରଗଣା ସଭାପତି ଲଳିତ ଜାନୀ, କୋଷାଧ୍ୟକ୍ଷ ମିନିକେତନ ପାତ୍ର,ମୁରିବାହାଲ ବ୍ଲକ ଉପସଭାପତି ସଂକୀର୍ତ୍ତନ ଶିକା,ସମ୍ପାଦକ ଗୋପାଳ ସିଂ ଭୋଇ,ସହ ସମ୍ପାଦକ ତୁଳସି ରାମ ଭୋଇ,ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ଭୋଇ,କୋଷାଧ୍ୟକ୍ଷ  କେଶବ ଭୋଇ,ନିଲାଞ୍ଚଳ ଭୋଇ,ଗୁଡ଼ଭେଲା ବ୍ଲକ ସଭାପତି ଚିତ୍ରସେନ ଭୋଇ,ସମ୍ପାଦକ ମନୋହର ଭୋଇ,ତୁରେକେଲା ସମ୍ପାଦକ ମୋତି ଭୋଇ,ସୋମିତ୍ରୀ ଭୋଇ,ବଙ୍ଗୋମୁଣ୍ଡା ବ୍ଲକ ସମ୍ପାଦକ କୂଳଦୀପ ମାଝୀ,ଆର୍ତ୍ତତ୍ରାଣ ଭୋଇ,ମଧୁ ଜାନୀ,ଜୟଦେବ ଜାନୀ,ରାଧାକାନ୍ତ ମାଝୀ,ଟିଟିଲାଗଡ ନଗର ସଭାପତି ସୁରେଶ ଭୋଇ, ପ୍ରମୁଖ ଙ୍କ ସହ ଟୁର୍ଚ୍ଚାକାନି  ଗ୍ରାମର ଦୟାନିଧି ଭୋଇ,ସମ୍ପତ୍ତି ଜାନୀ,ରଜନୀ ଭୋଇ,ପରିକ୍ଷିତ ଭୋଇ,ରୁଷି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।






Edited by k.s thakur...


Post a Comment

Previous Post Next Post