ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କ ଦ୍ୱାରସ୍ତ ହେଲେ ଗାଁର ଯୁବକ ସଂଗଠନ...
ତୁରେକେଲା, ୦୬/୧୨ : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତର ଦାବରି ଗାଁର ଜୟ ମାଁ ଦ୍ୱାରଶିନି ୟୁଥ କ୍ଲବ ରାସ୍ତ ନିର୍ମାଣ ପାଇଁ ତୁରେକେଲା ବିଡିଓ ଦେବାଶିଷ ସାମଲଙ୍କୁ ଦାବିପତ୍ର ଦେଇଛନ୍ତି ।
ଦାବିପତ୍ରରେ ଦର୍ଶାଯାଇଛି ଯେ ଗାଁରେ ଥିବା ଅଙ୍ଗନବାଡି କୁ ଯେଉଁ ରାସ୍ତା ଯାଉଛି ସେହି ରାସ୍ତା ଭଲ ନଥିବା ଯୋଗୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗାଁରେ ଦୁଇଟି ଅଙ୍ଗନବାଡି ସେଣ୍ଟର କୁ ସେହି ରାସ୍ତା ଦେଇ ଯିବାକୁ ପଡିଥାଏ ।
ପ୍ରତ୍ୟେକ ଦିନ ଶିଶୁ ମାନେ ଏହି ରାସ୍ତାରେ ଯିବା ଆସିବା କରୁଥିବା ବେଳେ ସେମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ତିଆରି ହେଲେ ଗାଁ ଲୋକ ସହ କୁନି କୁନି ଶିଶୁ ମାନେ ଯେଉଁ ମାନେ ଅଙ୍ଗନବାଡି ସେଣ୍ଟରକୁ ପାଠ ପଢିବାକୁ ଯାଉଛନ୍ତି ସେମାନେ ନିଶ୍ଚିତ ଭାବେ ଉପକୃତ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ତେବେ ଖରାପ ରାସ୍ତା ଆଗକୁ ଭଲ କରାଯିବ ବୋଲି ବିଡିଓ ଶ୍ରୀ ସାମଲ କହିଛନ୍ତି । ଦାବିପତ୍ର ଦେବା ସମୟରେ ଜୟ ମାଁ ଦ୍ୱାରଶିନି ୟୁଥ କ୍ଲବ ସଭାପତି ରାଜୁ ଛତ୍ରିଆ, କୋଷାଧ୍ୟକ୍ଷ ଜଗତରାମ ମଲ୍ଲିକ, ଲାଇବ୍ରେରିଆନ ଆକାଶ ନାଗ, ସ୍କୁଲ ସଭାପତି ବିଷ୍ଣୁ ଗହିର, ସହଯୋଗୀ ରୁକ୍ଷ ଚନ୍ଦନ, ସଦସ୍ୟ ଗଣେଷ ନାଗ, ଗୌତମ ଚନ୍ଦନ, ପ୍ରବିଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।
Edited by k.s thakur...


