ପାଇକମାଳ ବ୍ଲକର ଲଖମରା, ଚର୍ଦାପାଲି ପଞ୍ଚାୟତ ରେ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଓ ନେତା ଙ୍କ ମାରାଥନ ପ୍ରଚାର...

ପାଇକମାଳ ବ୍ଲକର ଲଖମରା, ଚର୍ଦାପାଲି ପଞ୍ଚାୟତ ରେ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଓ ନେତା ଙ୍କ ମାରାଥନ ପ୍ରଚାର...

ବରଗଡ଼,୦୧/୧୨ : ପଦ୍ମପୁର ବିଧାନ ସଭାର ଉନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତ ରେ ମାରାଥନ ପ୍ରଚାର ଯୋର ଧରିବାରେ ଲାଗିଛି। ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା, ସାପଲହର , ବାଦିକଟା ବୁକରାମୁଣ୍ଡା ,  ଗ୍ରାମ ପଞ୍ଚାୟତ ର  , କୁଧରେନପାଲି , ବମରିତ, ସାପଲହର, ବାଦିକଟା , ଲହଙ୍ଗିର ପ୍ରମୁଖ ଗାଁ ଗୁଡ଼ିକରେ  ବିଜୁ ଜନତା ଦଳ ର ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ମାରାଥନ ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଯାଇଅଛି। 

   Ad...



ଉକ୍ତ ସଭାରେ କ୍ୟାପଟେନ ଦିବ୍ୟ ସିଂହ ମିଶ୍ର ଙ୍କ ତତ୍ବାବଧାନରେ ପ୍ରାର୍ଥୀନୀ ଓ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ରହି ବିଜୁ ଜନତା ଦଳ ର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ବିଜୁ ଜନତା ଦଳର ପର୍ଥିନି ବର୍ଷା ସିଂ ବରିହା ଙ୍କ ପାଇଁ ଭୋଟ ନିବେଦନ କରିଥିଲେ । 

ଏହି ନିର୍ବାଚନୀ ପ୍ରଚାର ସଭାରେ ବିଜେଡି ମନ୍ତ୍ରୀ ରିତା ସାହୁ , ଭଟଲି ବିଧାୟକ ସୁଶାନ୍ତ ସିଂ ଓ ସ୍ଥାନୀୟ ନେତା , ମହିଳା ନେତ୍ରୀ, ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ, ପଞ୍ଚାୟତ ଦାୟିତ୍ଵ ରେ ଥିବା ବିଧାୟକ କ୍ୟାପଟେନ ଦିବ୍ୟସିଂହ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ସମର୍ଥନ ପାଇଁ ନିବେଦନ କରିଥିଲେ। 

ଉକ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକ ରେ କ୍ୟାପଟେନ ମିଶ୍ର ବିଜୁ ଜନତା ଦଳ ର କର୍ମକର୍ତ୍ତା ଙ୍କ ସହ ବିଜେଡି ପ୍ରାର୍ଥୀନୀ ବର୍ଷା ଙ୍କ ସହ ଗାଁ ଗାଁ ବୁଲି ବିଜେଡି କୁ ବିଜୟୀ କରିବା ପାଇଁ ମାରାଥନ ପ୍ରଚାର ରୋଡ଼ ସୋ ଚଲାଇଛନ୍ତି । ଆଜି ଦ୍ବିତୀୟ ଦିନ ରେ ମଧ୍ୟ ଉକ୍ତ ବିଚ୍ଛିନ୍ନାଞ୍ଚଳ ଗୁଡ଼ିକ ରେ ପ୍ରଚାର ଅଭିଯାନ ଯୋର ଧରିଛି। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ନେତା ଓ କର୍ମୀ ଙ୍କ ସମେତ ଭୋଟର ବେଶ ଉତ୍ସାହିତ ଥିବା ର ଜଣାପଡିଛି।







(Report : Bijay ku sahu)

Edited by k.s thakur...

Post a Comment

Previous Post Next Post