ଧାନମଣ୍ଡି ର ଚିନ୍ତା ରେ ଛଟପଟ ପଦ୍ମପୁର ଚାଷୀ...

ଧାନମଣ୍ଡି ର ଚିନ୍ତା ରେ ଛଟପଟ ପଦ୍ମପୁର ଚାଷୀ...

ବରଗଡ଼,୦୧/୧୨ : ପଦ୍ମପୁରରେ ଏବେ ନିର୍ବାଚନ ତାତି । ନିଆଁରେ ଘିଅ ଢ଼ାଳିଲା ଭଳି ଏବେ ପଦ୍ମପୁର କୁ ଆହୁରି ଉଷ୍ମ କରିଛି ଚାଷ ଓ ଚାଷୀ ପ୍ରସଙ୍ଗ । ଇନପୁଟ ସବସିଡି ହେଉ କି ଫସଲ ବୀମା ଅଥବା ଧାନ ମଣ୍ଡି । କୃଷିକୁ ନେଇ ଏବେ ପଦ୍ମପୁର ରେ ବହୁଛି ଅଣଚାଷ ପବନ । ହେଲେ ପ୍ରତିଶ୍ରୁତି-ପ୍ରତାରଣାର ମାୟାଜାଲରେ ଛନ୍ଦି ହୋଇ ଅଣନିଶ୍ବାସୀ ପଦ୍ମପୁର ର ଚାଷୀ । ଉପନିର୍ବାଚନରେ ବ୍ୟାକଫୁଟରେ ଥିବାରୁ ସରକାର  ନଭେମ୍ବର ୨୧ରୁ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବାର ନିଷ୍ପତ୍ତି ନେଲେ। ହେଲେ ପଦ୍ମପୁର ସହିତ ସମଗ୍ର ବରଗଡ଼ ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥାର ମାଳମାଳ ଚିତ୍ର।

    Ad..



ପଦ୍ମପୁର, ପାଇକମାଲ, ଝାରବନ୍ଧ, ସବୁଠି ସବୁ ମଣ୍ଡିରେ ଦଲାଲ ରାଜ୍, ମିଲରଙ୍କ ପ୍ରାଦୁର୍ଭାବ । ଅନ୍ୟାନ୍ୟ ସୁବିଧା ସୁଯୋଗ କଥା ଛାଡ଼ନ୍ତୁ । ମଣ୍ଡିରେ ଧାନ ରଖିବା ପାଇଁ ନାହିଁ ଉପଯୁକ୍ତ ବ୍ୟବସ୍ଥା । "ନିଜ ସାମଗ୍ରୀ ନିଜ ଦାୟିତ୍ୱ ରେ ରଖନ୍ତୁ" ଭଳି ଧାନର ସୁରକ୍ଷା ଚାଷୀ କାନ୍ଧରେ । ଶହଶହ ବସ୍ତା ଧାନ ପଡ଼ିଛି । ହେଲେ ଉଠିବାର ନାଁ ନାହିଁ । ଏମିତି ସମୟ ଗଡ଼ିଗଡ଼ି ଟୋକନ ଲାପ୍ସ ହୋଇଗଲେ ମିଲର ତା’ର ଅସଲ ରଙ୍ଗ ଦେଖାଇବ। ୨ ହଜାର ୪୦ ଟଙ୍କା ବଦଳରେ ଧାନ ଉଠିବ ମାତ୍ର ୧୨ ଶହ ଟଙ୍କାରେ ?

ସେଇ ବରଗଡ଼ ଜିଲ୍ଲାରେ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଶହେ ଟଙ୍କା ବୋନସର ଘୋଷଣା କରିଥିଲେ । ପଦ୍ମପୁର ନିକଟସ୍ଥ ଛତିଶଗଡ଼ରେ ଚାଷୀଙ୍କୁ ୫ ଶହ ଟଙ୍କା ବୋନସ ମିଳୁଥିବା ବେଳେ ଓଡ଼ିଶାରେ ସବୁକିଛି ଘୋଷଣାରେ ହିଁ ସୀମିତ । ଧାନ ବିକିବା ପାଇଁ ରେଜିଷ୍ଟ୍ରେସନ ହୋଇଥିବା ମୋବାଇଲ ହଜିଯିବା ଯୋଗୁଁ ମଧ୍ୟ ଚାଷୀ ମାତ୍ର ୧୨ ଶହ ଟଙ୍କାରେ ଧାନ ବିକିବାକୁ ଝାରବନ୍ଧରେ ବାଧ୍ୟ ହେଉଛନ୍ତି।

ଏଇ କ’ଣ ପଦ୍ମପୁର ରେ ଛାତି ଫୁଲେଇ ବୁଲୁଥିବା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ପାରିବାପଣିଆ ? ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପଦ୍ମପୁର ରେ ବିଜେଡି ବିକାଶର ଗାଥା ଗାଉଥିବା ବେଳେ ତାଙ୍କ ଆଖିକୁ କ’ଣ ଚାଷୀଙ୍କ ଲୁହ ଦେଖାଯାଉନି ? ବରଗଡ଼ରେ ମିଲରମାନଙ୍କର ଏତେ ଦୌରାତ୍ମ୍ୟ ବଢ଼ିଯାଇଛି, ପିସିରେ ଧାନକିଣା ବ୍ୟବସ୍ଥାକୁ ଏମିତି ବୁଡ଼େଇ ରଖିଛନ୍ତି ଯେ ସରକାରୀ ନିର୍ଦ୍ଦେଶକୁ ବି ସେମାନେ ଫୁ କରି ଉଡ଼ାଇ ଦେଉଛନ୍ତି। ଦେଖିବା କୁ ରହିଲା ଯେ କଣ ପ୍ରକୃତରେ ଚାଷୀ ମାନଙ୍କ ଦୁଃଖ ବୁଝିବେ ସରକାର ?







Edited by k.s thakur...

Post a Comment

Previous Post Next Post