ସିନ୍ଧେକେଲା ନବମ ବର୍ଷ ବିରାଟ ଧନୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
ବଙ୍ଗୋମୁଣ୍ଡା,୧/୧୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ସିନ୍ଧେକେଲା ନବମ ବର୍ଷରେ ବିରାଟ ଧନୁଯାତ୍ରା ପାଇଁ ସ୍ଥାନୀୟ ମାଁ ଦ୍ବାରସେହ୍ନି ମନ୍ଦିର ଭକ୍ତ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାପତି-ବିରେନ୍ଦ୍ର ନାରାୟଣ ସିଂ ଦେଓ ଅଧ୍ୟକ୍ଷତାରେ।
Ad..
ଏ ଅବସରରେ ସିନ୍ଧେକେଲା ମିନି ସହର ବରିଷ୍ଠ ନେତୃ ମଣ୍ଡଳୀ ଓ ସହଯୋଗକର୍ତ୍ତା ବୈଠକରେ ଅଂଶଗ୍ରହଣ କରି ଉକ୍ତ ଯାତ୍ରା ଉପରେ ବିଭିନ୍ନ ମତବ୍ୟକ୍ତ କରିଥିଲେ।ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷରେ ଦର୍ଶକଙ୍କୁ ଆକର୍ଷଣ ଭଳି ଅଧିକରୁ ଅଧିକ ବିଭିନ୍ନ କିସମ ଷ୍ଟଲ, ଶିକ୍ଷା,ସ୍ୱାସ୍ଥ୍ୟ, ସୁରକ୍ଷା, ଓମନୋରଞନ ପାଇଁ ମିନା ବଜାର,ଦୋଳି, ଭଳିକିଭଳି ଖାଦ୍ୟ ପେୟ ଷ୍ଟଲ ବ୍ୟବସ୍ଥା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ,ରଙ୍ଗୀନ ଆଲୋକ ମାଳାରେ ଗୋପପୁର ତେଲଶରାଇଗାଁ ଠାରେ ଓ ମଥୁରା ନଗରୀସିନ୍ଧେକେଲାପଲ୍ଲୀ ଶ୍ରୀ ଉଚ୍ଚ ବିଦ୍ୟାଳୟଖେଳ ପଡିଆଚତୁର୍ର ପାର୍ଶ୍ଵ ରେ ସୁସଜ୍ଜିତ କରିବା ପାଇଁ ସର୍ବସମତି କ୍ରମେ ନିଷ୍ପିତି ନିଆଯାଇଛି।
ତେବେ ଧନୁଯାତ୍ରା କମିଟିସମ୍ପାଦକ- ଅନୀଲ କୁମାର ନାଏକ ସହ ସମ୍ପାଦକ, ଆଇନଜୀବୀ, ଜୟନ୍ତ କୁମାର ଖମାରି, ଉପସଭାପତି- ଉମାଶଙ୍କର ତ୍ରିପାଠୀ,ସୁରେନ୍ଦ୍ର ନାରାୟଣ ସିଂ ଦେଓ, ଫକୀର ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ- ସୁଧାକର ସାହୁ,କୋଷାଧ୍ୟକ୍ଷ, ଓମପ୍ରକାଶ ସାହୁ, ସ୍ଥାନୀୟ ସରପଞ୍ଚ-ନରେଶ କୁମାର ଅଗ୍ରୱାଲ,ଦିନେଶ କୁମାର ବଛା, କନ୍ଦର୍ପ ସାହୁ, ସନ୍ତୋଷ ରଣା, ସରୋଜ କୁମାର ଜୈନ,ସମ୍ବାଦିକ- ଅନୀଲ କୁମାର ତ୍ରିପାଠୀ, ଅଭିମନ୍ୟୁ ବହିଦାର, ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟ ତମ ସଦସ୍ୟ ମାନେ ହେଲେ-ମନୋଜ ଜୈନ, ପୂର୍ଣ୍ଣ ଚନ୍ଦ୍ର ଦାଶ, ମନୋରଞ୍ଜନ ପ୍ରଧାନ, ଜୟନ୍ତି ଲାଲ ସାହୁ,କାହ୍ନ। ଜୈନ,ମନରଞ୍ଜନ ସାହୁ,ତପନ ଜୈନ, କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ, ହେମନ୍ତ କୁମାର ସାହୁ, ଯୁବରାଜ ବାଗ ,ପୂର୍ବତନ ସମିତିସଭ୍ୟ-ଧନୁଥନାପତି,ପ୍ରମୁଖ ଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା।ଚଳିତ ଡିସେମ୍ବର ମାସ ୧୯ ତାରିଖ ଦିନ ଗୋପପୁର ତେଲଶରାଇ ଗାଁ ଠାରେ ଧନୁଯାତ୍ରା ଶୁଭଆରମ୍ଭ ପାଇଁ ଶୁଭ ସ୍ତମ୍ଭ ସ୍ଥାପନକରା ଯିବାପାଇଁ ନିଷ୍ପିତି ନିଆଗଲା ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରା ଯାଇଥିଲା।
Edited by k.s thakur...


