ବିଜେପିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ସାଂସଦ ଓ ବିଜେଡି କର୍ମୀ...
ବରଗଡ଼,୦୧/୧୨ - ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼.କୃପାସିନ୍ଧୁ ଭୋଇ ଙ୍କର ସୁପୁତ୍ର ତଥା ପୂର୍ବତନ କଂଗ୍ରେସ ସାଂସଦ ଇଂ.ସଞ୍ଜୟ ଭୋଇ ଏବଂ ପୂର୍ବତନ ମନ୍ତ୍ରୀ ଡ଼.ମୁରାରୀ ମିଶ୍ରଙ୍କ କନ୍ୟା ତଥା ସକ୍ରିୟ ବିଜେଡି କର୍ମୀ ଶ୍ରୀମତୀ ରାଜଲଷ୍ମୀ ମିଶ୍ର ଦ୍ୱୟ ଆଜି ବିଧିବଦ୍ଧ ଭାବେ ବିଜେପିର ଯୋଗଦେଲେ ।
Ad...
ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ହୋଇ ଥିବା ଯୋଗଦାନ କାର୍ଯ୍ୟକ୍ରମ ରେ ବିଯେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଦୁହିଁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଲ ରେ ମିଶେଇଥିଲେ । ବରଗଡ ସାଂସଦ ସୁରେଶ ପୂଜାରୀ ତାଙ୍କର ସ୍ବାଗତ ବାର୍ତ୍ତ ରେ ଦୁହିଁଙ୍କ ସବିଶେଷ ପରିଚୟ ପ୍ରଦାନ ସହିତ ଅଞ୍ଚଳବସୀ ଙ୍କ ପ୍ରତୀ ଡ. କୃପାସିନ୍ଧୁ ଭୋଇ ଓ ଡ.ମୁରାରୀ ମିଶ୍ର ଙ୍କ ଅବଦାନ ସମ୍ପର୍କ ରେ ଉଲ୍ଲେଖ କରିଥିଲେ ।
ପରେ ଉଭୟ ଯୋଗଦାନକାରୀ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ...
ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କର କାର୍ଯ୍ୟଶୈଳୀ ଓ ଜନମଙ୍ଗଳକାରୀ ଯୋଜନା ରେ ପ୍ରଭାବିତ ହୋଇ ସେମାନେ ବିଜେପି ରେ ଯୋଗ ଦେଇଛନ୍ତି ।
ଆଜିର ଏହି ଯୋଗଦାନ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ,ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ଉପସ୍ଥିତ ଥିଲେ ।
(Report : Bijay ku sahu)
Edited by k.s thakur...


