ପୁଣି ଥରେ ଓଡ଼ିଶା ରେ ଶିଳ୍ପପତି ସମ୍ମିଳନୀ, ବଡ଼ ଶିଳ୍ପାୟନର ସ୍ବପ୍ନ ଦେଖାଇଲେ ରାଜ୍ୟ ସରକାର...
ଭୁବନେଶ୍ୱର,୦୨/୧୨ : ପୁଣି ଥରେ ବଡ଼ ଶିଳ୍ପାୟନର ସ୍ବପ୍ନ ଦେଖାଇଲେ ରାଜ୍ୟ ସରକାର । ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜଧାନୀରେ ଶିଳ୍ପ ସମ୍ମିଳନୀ । ୨୦୨୨ କନକ୍ଲେଭରୁ ଆସିଲା ୭ଲକ୍ଷ ୨୦ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ମେକଇନ ଓଡିଶା ୨୦୨୨ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ସରକାରଙ୍କ ଶିଳ୍ପପତି ସମ୍ମିଳନୀ । ଲକ୍ଷ୍ମୀ ମିତ୍ତଲ, କରନ ଅଦାନୀ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନିଲ ଅଗ୍ରୱାଲଙ୍କ ଭଳି ପ୍ରମୁଖ ଶିଳ୍ପ ନେତୃବୃନ୍ଦଙ୍କୁ ନେଇ ଓଡିଶାରେ ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାର ।
ଏହି ବୈଠକରେ ଶିଳ୍ପ ପତି ମାନଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଶିଳ୍ପ ନୀତିର ଆରମ୍ଭ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଓଡିଶା ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଂଚିବ । ଆପଣମାନେ ଆସନ୍ତୁ, ନିବେଶ କରନ୍ତୁ । ସମ୍ମିଳନୀରେ ଯୋଗ ଦେଇଥିବା ଅନେକ ପୁଞ୍ଜିପତି ମାନେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯେଉଁଥିରେ ଅଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀ କହିଛନ୍ତି, ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ ।
ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ପୁଞ୍ଜି ନିବେଶ କରିବ ଅଦାନୀ । ଓଡ଼ିଶାରେ ୪ ମିଲିୟନ ଟନ କ୍ଷମତାର ଆଲୁମିନା ରିଫାଇନାରୀ ଓ ୩୦ ମିଲିୟନ ଟନ ର ଲୁହା ପଥର ପ୍ରକଳ୍ପ ସ୍ଥାପନ କରିବ । ଏହା ଦ୍ୱାର ହଜାର ହାଜର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି JSW steel ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ବି ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛନ୍ତି ।
Edited by k.s thakur...


