କଣ୍ଟାବାଞ୍ଜି ରୁ ଅଭିଯୁକ୍ତ ଗିରଫ କଳା ଛତିଶଗଡ ପୋଲିସ,ତୁରେକେଲା କଲେଜ ପାଖ ଜଙ୍ଗଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା...

କଣ୍ଟାବାଞ୍ଜି ରୁ ଅଭିଯୁକ୍ତ ଗିରଫ କଳା ଛତିଶଗଡ ପୋଲିସ,ତୁରେକେଲା କଲେଜ ପାଖ ଜଙ୍ଗଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା...

କଣ୍ଟାବାଞ୍ଜି,୦୨/୧୨: ବଲାଙ୍ଗୀର ଜିଲ୍ଲା ତୁରେକେଲା କଲେଜ ନିକଟରେ ଥିବା ଜଙ୍ଗଲ ରୁ ୨୪ ତାରିଖ  ଗୁରୁବାର ଦିନ ଏକ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ ହୋଇଥିଲା । ଘଟଣା ପରେ ତୁରେକେଲା ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । 

        Ad..



ସୁଚନା ଅନୁସାରେ ଗୁରୁବାର ଦିନ ପ୍ରାୟ ୧୨ ଟା ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, କଲେଜ ନିକଟରେ ଥିବା ବୁଳାଣି କୁ ଲାଗି ରହିଥିବା ଜଙ୍ଗଳରେ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ ରହିଛି ।  ମୃତ ଦେହଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଲେ ମହିଳା ନାଁ ପୁରୁଷ ତାହା ଜଣାପଡି ନଥିଲା । ଘଟଣା ସ୍ଥଳରେ ପୁଲିସ ପହଂଚି ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଅନୁମାନ କରି ଜାଣିବାକୁ ପାଇଥିଲା ଯେ, ମୃତ ଦେହକୁ ୨୪ ତାରିଖ ହିଁ  ଜଙ୍ଗଳ ଭିତରେ ପ୍ରଥମେ ଗୁଳି ମାରି ମରିଯିବା ପରେ ପୋଡି ଦିଆଯାଇଛି । 

   Ad..



ତେବେ ଏହି ଘଟଣା ରେ ତୁରେକେଲା ପୁଲିସ ତଦନ୍ତ କରୁଥିବା ବେଳେ ଛତିଶଗଡର ଶଙ୍କର ନଗର ଥାନାରେ ଏକ ଅଭିଯୋଗ ଅନୁସାରେ ରାୟପୂରରେ ରହୁଥିବା ତନୁ କୁର୍ରେ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କରିଥିଲେ । 

ସୂଚନା ଯୋଗ୍ୟ ଯେ, ତନୁ କୁର୍ରେ ଛତିଶଗଡ ଅଞ୍ଚଲର ମୋଆ ଜିଲ୍ଲାର ଏକ୍ସିସ ବ୍ୟାଙ୍କ ରେ କର୍ମଚାରି ଥିଲେ ।  ତେବେ ଗତ ନଭେମ୍ବର ୨୧ ତାରିଖ ରୁ ନିଖୋଜ ହୋଇଥିବା ତନୁ କୁ ଛାତିଶଗଡ ପୁଲିସ ଖୋଜାଖୋଜି କରୁଥିଲା । ହେଲେ ଛତିଶଗଡ ପୁଲିସ ଜାଣିବାକୁ ପାଇଲା ଯେ, ପୂର୍ବରୁ କଣ୍ଟାବାଞ୍ଜି ରେ ରହୁଥିବା "ଶ୍ୟାମ ଲାଲ ଅଗ୍ରୱାଲ" ଙ୍କ ପୁଅ "ସଚିନ ଅଗ୍ରୱାଲ" ଙ୍କ ସହିତ ତନୁ ଙ୍କର ମିଳାମିଶା ରହିଥିଲା ।

ଏହାକୁ କେନ୍ଦ୍ର କରି ଛତିଶଗଡ ପୁଲିସ ତଦନ୍ତ ଆହୁରି ତୀବ୍ର କରିବା ସହିତ ସଚିନ କୁ ଗିରଫ କରି ତୁରେକେଲା ଥାନା କଣ୍ଟାବାଞ୍ଜିରେ ଅଧିକ ତଦନ୍ତ କରି କୋର୍ଟ ଚାଲାଣ କରିଛି।ସଚିନ ପୂର୍ବରୁ ୟୁପି ବିହାର ଅଞ୍ଚଲର ଦୁର୍ଦାନ୍ତ ଅପରାଧୀ ମାନଙ୍କ ସହିତ ସମ୍ପର୍କ ରଖି ଗଞ୍ଜେଇ କାରବାରରେ ଲିପ୍ତ ରହିବା ସହିତ ଅନେକ ବେନିୟମ କାମରେ ଲିପ୍ତ ରହିଥିଲା।ଗତ ତିନିଚାରୀ ବର୍ଷ ତଳେ କୌଣସି କଥାକୁ ନେଇ ବରଗଡ ଜିଲ୍ଲାରେ ସଚିନକୁ ଅନ୍ୟ ଅପରାଧୀ ମାନେ ଗୋଡ ଉପର କୁ ଗୁଳି ମାଡ କରିଥିଲେ ।ଯାହାକି ସେହି ସମୟରେ ଅନେକ ଖବର କାଗଜରେ ପ୍ରକାଶିତ ହୋଇଥିଲା ।ଏହି ହତ୍ୟା କାଣ୍ଡ ଘଟାଇବା ସମୟରେ ଛତିଶଗଡ ଅଞ୍ଚଳର ଆହୁରି ତିନିଜଣ ମଧ୍ୟ ସମପୃକ୍ତି ଥିବା ଜଣାପଡିଛି । ତେବେ ଏହା ପୂର୍ବରୁ ମଧ୍ୟ ସଚିନ ଅଗ୍ରୱାଲଙ୍କ ନାଁ ରେ ଅନେକ ଅପରାଧିକ ମାମଲା ଥିବା ଓ ଜେଲରୁ ବାହାରି ସେ ଜାମିନ ରେ ଥିବା ଜଣା ପଡ଼ିଛି।






Edited by k.s thakur...


Post a Comment

Previous Post Next Post