ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ,୩ ଅଭିଯୁକ୍ତ ଫେରାର ?...

ଯୁବତୀଙ୍କୁ ଗଣ ଦୁଷ୍କର୍ମ  ଅଭିଯୋଗ,୩ ଅଭିଯୁକ୍ତ ଫେରାର ?...

କଣ୍ଟାବାଞ୍ଜି,୦୨/୧୨ : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନାରେ ଜଣେ ଯୁବତୀଙ୍କୁ ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପୀଡିତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। 
     Ad..



ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ବଡ଼ବାଙ୍କି ଗାଁରେ ଆଞ୍ଚଳିକ ଧନୁଯାତ୍ରା ହୋଇଥିଲେ।ଏହି ଧନୁଯାତ୍ରରେ ଲୋକଙ୍କ ମନୋରଞ୍ଜନ ପାଇଁ ମିନା ବଜାର ମଧ୍ୟ ଆସିଥିଲା। ତେବେ ଯୁବତୀ ଜଣଙ୍କ ମିନା ବଜାର ଦେଖି ଘର ଫେରୁଥିବା ବେଳେ  ସେହି ସମୟରେ  ଗାଁର ସୁରେନ୍ଦ୍ର ବେହେରା, ସେହି ଗାଁ ର ତାଙ୍କର ଆଉ ଜଣେ ସହଯୋଗୀ  ଏବଂ ମହାଖଣ୍ଡ ଗାଁର ଜଣେ ଯୁବକ ଯୁବତୀଙ୍କୁ ଟେକି ନେଇ ନିଛାଟିଆ ଜାଗାରେ ଦୁଷ୍କର୍ମ କରି ତାଙ୍କ ଘରେ ଛାଡି ଦେଇଥିଲେ ।ଯୁବତୀ ଜଣକ ଘଟଣା ସମ୍ପର୍କରେ ପରିବାର କୁ ସବୁ କହିଥିବା ବେଳେ ପ୍ରଥମେ ଗାଁରେ ଏହି ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଗାଁରେ ସମାଧାନ ହେଲା ନାହିଁ। 

ପିଡିଟା ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପରେ ପୀଡିତାଙ୍କ ପରିବାର ଲୋକବୁଧବାର  ରାତିରେ ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି।ତୁରକେଲା ପୋଲିସ ଲିଖତ ଅଭିଯୋଗ କୁ ଭିତ୍ତି କରି ସେହି ଗାଁ ମାନଙ୍କ ରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଏହି ତଦନ୍ତରେ ତିନି ଜଣ ଥାନା ଅଧିକାରୀ ସମ୍ପୃକ୍ତ ରହିଛନ୍ତି। ଯୁବକ ୩ ଜଣ ଫେରାର ଥିବା ବେଳେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ତୁରେକେଲା ଥାନା ପହଂଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ।ଏ ବିଷୟରେ ତୁରକେଲା ପୋଲିସ ପକ୍ଷରୁ କୋଣସି ପତିକ୍ରିୟା ମିଳିପାରିନାହିଁ।






Edited by k.s thakur...

Post a Comment

Previous Post Next Post