କଣ୍ଟାବାଞ୍ଜି ରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ...
କଣ୍ଟାବାଞ୍ଜି,୦୩/୧୨ : ବିଗତ କାଲି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ପୋଷ୍ୟ ସନ୍ତାନ ଗ୍ରହଣ କୁ ନେଇ ସଚେତନତା ରଥ ର ସୁଭାରମ୍ବ କରିଥିଲେ। ଆଜି ଏହି ରଥ ଟି ପହଂଚି ଥିଲା କଣ୍ଟାବାଞ୍ଜି ସହରରେ।
Ad...
ଲୋକଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା କୁ ନେଇ ନିୟମ ଅନୁଯାୟୀ କେମିତି ଗ୍ରହଣ କରିପାରିବେ ସେହି ବାବଦରେ ଲୋକଙ୍କୁ ସଚେତନ କରିଥିଲେ। ଏହି ରଥ ଟି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଅଦ୍ୟୁସିତ ଅଞ୍ଚଳରେ ପହଂଚି ଲୋକଙ୍କୁ ଜାଗୃକ କରିବାର ଲକ୍ଷ ରଖାଯାଇଛି।
ଏହି ରଥ ସଂଚାଳନ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ କତ୍ତୃପକ୍ଷ(CARA) ଓ ରାଜ୍ୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ ଏଜେନ୍ସି(SARA) ପକ୍ଷରୁ କରାଯାଇଛି। ଏହି ଆୟୋଜନ ର ଦାୟିତ୍ଵ ରେ ପ୍ରୋଗ୍ରାମ ମେନେଜର ଦେବାଶିଷ ପୁଟେଲ,ସମାଜସେବୀ ପୁଷ୍ପାଞ୍ଜଳି ସୁନା(SAA) , ଶିଶୁ କଲ୍ୟାଣ ଅଧିକାରୀ ସମୀର ସାଗର ଥିଲେ। ଏହି ଆୟୋଜନ ରେ ପୂର୍ବତନ ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ଡ଼.ସଞ୍ଜୟ କୁମାର ମିଶ୍ର ଓ ଆମ ଆଦମୀ ପାର୍ଟି ସଂଯୋଜକ ସୁରଥ ବେହେରା ଉପସ୍ଥିତ ଥିଲେ।
Edited by k.s thakur...


