ତୁରେକେଲାରେ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ...

ତୁରେକେଲାରେ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ...

କଣ୍ଟାବାଞ୍ଜି, ୦୩/୧୨ : ପ୍ରତିବର୍ଷ ପରି ଚଳିତ ବର୍ଷ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା।
    Ad..



ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀରଚରଣ ବିଶିଙ୍କ ସଭାପତିତ୍ୱରେ  ଜଳନ୍ଧର ମହାକୁଡ,ସରପଞ୍ଚ ତୁରେକେଲା ଗ୍ରାମ ପଞ୍ଚାୟତ ମୁଖ୍ୟ ଅତିଥି, ବିରଞ୍ଚି ନାରାୟଣ ଦାଶ ତୁରେକେଲା କ୍ଳଷ୍ଟର ସଂଯୋଜକ ମୁଖ୍ୟବକ୍ତା,ସମ୍ମାନିତ ଅତିଥି ଭାବରେ କ୍ଳଷ୍ଟର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁପ୍ରସାଦ ଛତ୍ରିଆ, କୃତିବାସ ବରିହା ଯୋଗଦେଇଥିଲେ।

ସର୍ବ ପ୍ରଥମେ ବିଘ୍ନ ବିନାଶକଙ୍କ ମୂର୍ତ୍ତିରେ ଧୂପଦୀପ ଦେବାପରେ ବିଆରଟି ସୁନୀଲ ସାହୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ ଓ ବିଆରଟି ଶ୍ରୀ ଜ୍ୟୋତିବିକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ଉପସ୍ଥିତ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମନରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନିମନ୍ତେ ଅତିଥି ମାନେ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ୬ ତାରିଖରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଖେଳ ପ୍ରତିଯୋଗିତା ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା।






Edited by k.s thakur...

Post a Comment

Previous Post Next Post