ସାଲେପାଲି ଓ ଗୁଳିହାପଦର ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର...
ସୁବର୍ଣ୍ଣପୁର, ୦୩/୧୨: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାଲେପାଲି ଓ ଗୁଳିହାପଦର ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ଆଜି ସକାଳେ ଏହି ରାସ୍ତା ଦେଇ ଲୋକେ ଯାତାୟତ କରୁଥିବା ବେଳେ ଏକ ବାଇକ ରାସ୍ତାକଡ଼ରେ ପଡ଼ିଥିବାର ଦେଖିଥିଲେ ।
Ad...
ବାଇକ ନିକଟକୁ ଯିବାପରେ ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଥିବାର ଲୋକେ ଦେଖିବାକୁ ପାଇଥିଲେ । ଘଟଣା ବିଷୟରେ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୁର୍ଘଟଣା କିଭଳି ହୋଇଛି ତାହା ଅସ୍ପଷ୍ଟ ରହିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ମୃତ ବ୍ୟକ୍ତିଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଏହା ଦୂର୍ଘଟଣା ନା ହତ୍ୟା ଉଭୟ ଦିଗରେ ତଦନ୍ତ କରୁଛି ପୋଲିସ ।
Edited by k.s thakur...


