ସଡ଼କ ଦୁର୍ଘଟଣା ରେ ଗଲା ୩ ଜଣଙ୍କ ଜୀବନ, ୨ ଗୁରୁତର...
ଉମରକୋଟ,୦୩/୧୨ : ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଘଟିଛି।
Ad..
ଫଳରେ କାର୍ରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ୩ ଜଣ ହେଲେ ନବରଙ୍ଗପୁର ସହର ସ୍ଥିତ ଗାଦୁଆଗୁଡ଼ା ସାହିର ଏମ୍ଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍ ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାର୍ଟି ଉମରକୋଟ ଠାରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍ରେ ୫ ଜଣ ଥିଲେ। ଦ୍ରୁତ ଗତିରେ ଥିବା କାର୍ଟି ସରାଗୁଡ଼ା ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା।
ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଜବତ କରିବା ସହ ଦୁଇ ଗୁରୁତର ଆହତଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରିଛି। ମୃତକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଉମରକୋଟ ଏସଡିପିଓ ସୁବେନ୍ଦୁ କୁମାର ସବର ସୂଚନା ଦେଇଛନ୍ତି ।
Edited by k.s thakur...


