ଛତିଶଗଡ଼ ଯୁବତୀ ହତ୍ୟା ମାମଲା, ୨ ଅଭିଯୁକ୍ତ ଙ୍କୁ ଗିରଫ ପରେ ପୋଲିସ ର ପ୍ରେସ ମିଟ...

ଛତିଶଗଡ଼ ଯୁବତୀ ହତ୍ୟା ମାମଲା, ୨ ଅଭିଯୁକ୍ତ ଙ୍କୁ ଗିରଫ ପରେ ପୋଲିସ ର ପ୍ରେସ ମିଟ...

କଂଟାବାଞ୍ଜି,୦୨/୧୨ : ତୁରେକେଲା କଲେଜ ନିକଟରେ ଥିବା ରାଜୁ ଫରେଷ୍ଟରେ ଗତ ୨୪ ତାରିଖ ଗୁରୁବାର ଦିନ ଏକ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ ହୋଇଥିଲା । ଘଟଣା ପରେ ତୁରେକେଲା ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା ।
   Ad..



ଆଜି ଉପଖଣ୍ଡ ପୋଲିସ ଅଧିକାରୀ କଂ କାର୍ଯ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀରେ ରେ ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି ଯେ ଏହି ମାମଲା ରେ ସଚିନ ଅଗ୍ରବାଲ ଓ ସହଯୋଗୀ ସୁରଜ ଅଗ୍ରୱାଲ କୁ ଗିରଫ କରାଯାଇଛି। ଏହି ପ୍ରେସ ମିଟ ରେ ତୁରେକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ବଲାଙ୍ଗୀର ଥାନା ଏସ୍ ଆଇ କିରନ ଜାନି ଉପସ୍ଥିତ ଥିଲେ।

ପୂର୍ବରୁ ଏହି ଘଟଣା ରେ ତୁରେକେଲା ପୁଲିସ ତଦନ୍ତ କରୁଥିବା ବେଳେ ଛତିଶଗଡ଼ ଶଙ୍କର ନଗର ଥାନାରେ ଏକ ଅଭିଯୋଗ ଅନୁସାରେ ରାୟପୂରରେ ରହୁଥିବା ତନୁ କୁର୍ରେ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଗତ ନଭେମ୍ବର ୨୧ ତାରିଖ ରୁ ନିଖୋଜ ହୋଇଥିବା ତନୁ କୁ ଛତିଶଗଡ଼ ପୁଲିସ ଖୋଜାଖୋଜି କରୁଥିଲା । ହେଲେ ଛତିଶଗଡ ପୁଲିସ ଜାଣିବାକୁ ପାଇଲା ଯେ, ପୂର୍ବରୁ କଣ୍ଟାବାଞ୍ଜି ରେ ରହୁଥିବା ଶ୍ୟାମ ଲାଲ ଅଗ୍ରୱାଲ ଙ୍କ ପୁଅ ସଚିନ ଅଗ୍ରୱାଲ ଙ୍କ ସହିତ ତନୁ ଙ୍କର ମିଳାମିଶା ରହିଥିଲା ।

ତନୁ କୁର୍ରେ ଛତିଶଗଡ ଅଞ୍ଚଲର ମୋଆ ଜିଲ୍ଲାର ଏକ୍ସିସ ବ୍ୟାଙ୍କ ରେ କର୍ମଚାରି ଥିଲେ। ୨୧ ତାରିଖ ଦିନ ତନୁ କୁ ସଚିନ ବ୍ୟାଙ୍କ ରୁ ବୁଲିବା କୁ ଡାକି ନେଇ ମହାସମୁନ୍ଦ ପଟେ ଓ ପରେ ଓଡିଶା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଆଡ଼କୁ ଗୋଟିଏ ଚାରି ଚକିଆ ବାହନରେ ବସାୟୀ ଆଣି ଥିଲା। ଦୁହିଁଙ୍କ ପ୍ରେମରେ ଅନ୍ୟ ଜଣଙ୍କ ସମ୍ପୃକ୍ତି କୁ ନେଇ ଦୁହିଁଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା। ଗାଡି ରେ ଆସିବା ସମୟରେ ବାଦ ବିବାଦ ଏତେ ବଢ଼ି ଯାଇଥିଲା ଯେ ସଚିନ ତନୁ କୁ ଗାଡି ର ପଛ ସିଟ ରୁ ଗୋଟିଏ ବନ୍ଧୁକ ରେ ଗୁଳି ଚାଳନା କରିଥିଲା। ଘଟଣା ସ୍ଥଳରେ ତନୁ ମୃତ୍ୟୁ ହୋଇଥିବା ଜାଣି ସଚିନ ତାହାକୁ ନେଇ ତୁରେକେଲା କଲେଜ ପାଖ ଜଙ୍ଗଲରେ ପେଟ୍ରୋଲ କିମ୍ବା କୌଣସି ଜ୍ବଳନ ସିଲ ପଦାର୍ଥ ଢ଼ାଳି ପୋଡି ଦେଇ ଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ ପୋଲିସ ସଚିନ ଅଗ୍ରବାଲ କୁ ଗିରଫ କରିବା ସହିତ ସହଯୋଗି ସୁରଜ ଅଗ୍ରବାଲ କୁ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ ସଚିନ ତନୁ ହତ୍ୟା କରି ସୁରଜ କୁ ବନ୍ଧୁକ ଦେଇ ଦେଇଥିଲା। ସଚିନ କୁ ପୋଲିସ ପଚରା ଉଚୁରା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନା କୁ ଆସିଥିଲା। ଏବେ ପୋଲିସ ଏହି ଘଟଣା କୁ ନେଇ ଅନେକ ଖୋଜ ପରଟାଲ କରୁଛି। କି ଅନ୍ୟ କେହି ଏହି ଘଟଣା ରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ଖୋଜ ପରଟାଲ ଚାଲିଛି ?





Edited by k.s thakur...

Post a Comment

Previous Post Next Post