ଗତ ବିଳମ୍ବିତ ରାତିରେ ଗାତରେ ଫସିଥିବା ୨ହାତୀ ଛୁଆ ଉଦ୍ଧାର...
ମୟୂରଭଞ୍ଜ,୦୮/୧୨ : ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧିନସ୍ଥ କୁଳିଅଣା ବ୍ଲକ ଅନ୍ତର୍ଗତ ପାତିହିଞ୍ଜା ପଞ୍ଚାୟତର କାଠରମା ଦେହୁରୀ ସାହିରେ ଗତ ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ଗାଁ ପାଖ ଗାତରେ ଗଳିପଡିଲେ ୨ହାତୀ ଛୁଆ ।
Ad...
ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ହାତୀପଲ ଧାନ ବିଲକୁ ଆସିଥିବା ବେଳେ ଅଧା ଖୋଳା ଡାଗଓ୍ବେଲ ଭିତରକୁ ଗଳିପଡିଥିଲେ ଦୁଇ ହାତୀ ଛୁଆ ।ହାତୀପଲଙ୍କ ଚେଷ୍ଟା ସତ୍ବେ ଗାତରୁ ବାହାରକୁ ବାହାରି ପାରିନଥିଲେ ଏହି ଦୁଇ ହାତୀ ଛୁଆ । ଖବର ପାଇ ବାରିପଦା ବନାଞ୍ଚଳ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କରାଯାଇଛି ।
Edited by k.s thakur...


