42 ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବର୍ଷା ସିଂ ବାରିହା ବିଜୟୀ...
ପଦ୍ମପୁର : ପଦ୍ମପୁର ରେ ବିଜେଡି ବିଜୟୀ । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବାଜିମାତ୍ । ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ୪୨ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଲେ ବର୍ଷା । ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ ମିଳିଛି ।Ad..
ସେହିପରି ବର୍ଷାଙ୍କୁ ମିଳିଛି ୧୩୫ ଖଣ୍ଡ ପୋଷ୍ଟାଲ ବାଲାଟ ଭୋଟ୍ । ଇଭିଏମ ଓ ପୋଷ୍ଟାଲ ବାଲାଟ ମିଶାଇ ବର୍ଷାଙ୍କୁ ୧,୧୯,୬୪୭ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୭,୫୪୧ ଖଣ୍ଡ ଭୋଟ ମିଳିଛି । କଂଗ୍ରେସର ସତ୍ୟଭୂଷଣ ସାହୁ ପାଇଲେ ମୋଟ ୩୫୬୧ ଖଣ୍ଡ ଭୋଟ ।
ଅନ୍ୟପଟେ ପଦ୍ମପୁର ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିପୁଳ ସଂଖ୍ୟାରେ ବିଜୟ ପରେ ସେଲିବ୍ରେସନ କରୁଛି ବିଜେଡି ।
Edited by k.s thakur...


