୧୩ ବର୍ଷୀୟା ନାବାଳିକା ବିବାହ ପୂର୍ବରୁ ରୁ ଉଦ୍ଧାର...
କଣ୍ଟାବାଞ୍ଜି,୦୪/୧୨ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡଙ୍ଗାମରା ଗ୍ରାମରୁ ଆଜି ବଲାଙ୍ଗୀର ଚାଇଲଡ଼ ଲାଇନ ଓ ପୋଲିସ ର ମିଳିତ ଉଦ୍ୟମ ରେ ଜଣେ ୧୩ ବର୍ଷୀୟ ନାବାଳିକା କୁ ବିବାହ ପୂର୍ବରୁ ଉଦ୍ଧାର କରାଯାଇଛି।
Ad..
ସୂଚନା ଅନୁସାରେ ଡଙ୍ଗାମରା ଗ୍ରାମରେ ଜଣେ ନାବାଳିକା ର ଆଜି ବିବାହ କରାଯାଉଥିବା ଖବର ପାଇ ବଲାଙ୍ଗୀର cwc ଆଦେଶ କ୍ରମେ ଚାଇଲଡ଼ ଲାଇନ ଓ ପୋଲିସ ର ମିଳିତ ଉଦ୍ୟମ ରେ ଜଣେ ୧୩ ବର୍ଷିଆ ନାବାଳିକା କୁ ଉଦ୍ଧାର କରାଯାଇଛି। ଆଜି ସେହି ନାବାଳିକା ର ବିବାହ ମୁରିବାହାଲ ବ୍ଲକ ଟେଂରା ଗ୍ରାମ ର ଜଣେ ଯୁବକ ସହିତ ହେବାର ଥିଲା। ଆଜି ସନ୍ଧ୍ୟା ସମୟରେ ସେହି ଗ୍ରାମ କୁ ବରାତ ଆସିବାର ଥିଲା। ଆଜି ହି ବିବାହ ସମ୍ପନ ହୋଇଥାନ୍ତା। କିନ୍ତୁ ବିଶେଷ ସୂତ୍ର ରୁ ଖବର ପାଇ ଚାଇଲଡ଼ ଲାଇନ ଓ ପୋଲିସ ର ଉଦ୍ୟମ କ୍ରମେ ନାବାଳିକା କୁ ଉଦ୍ଧାର କରଯାଇଥିଲା।
ଏହି ଉଦ୍ଧାର କାର୍ଯ୍ୟ ରେ ବାଲ୍ୟ ବିବାହ ବ୍ୟବସ୍ଥା ଅଧିକାରୀ(CMPO) ମାଧୁରୀ ହୋତା ତୁରେକେଲା,ନିରୀକ୍ଷକ ପ୍ରମାଦା ପାଣିଗ୍ରାହୀ,ଚାଇଲଡ଼ ଲାଇନ ଟିମ ଲିଡର ତ୍ରିଲୋଚନ ନାଗ, କଣ୍ଟାବାଞ୍ଜି ଥାନା ଏସ୍ ଆଇ ହୀରା ଖଲକୋ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।
Edited by k.s thakur..


