ଉତ୍କଳ ବାଳାଶ୍ରମରେ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ବିଶ୍ୱ ଭୀନ୍ନକ୍ଷମ ଦିବସ ପାଳିତ...
କଣ୍ଟାବାଞ୍ଜି, ୦୪/୧୨ : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଅସ୍ଥାୟୀ ଉତ୍କଳ ବାଳାଶ୍ରମରେ ଶନିବାର ସଂଧ୍ୟାରେ ଏକ ବିଶ୍ୱ ଭୀନ୍ନକ୍ଷମ ଦିବସ ପାଳିତ ହୋଇଛି । ଏହି ଦିବସ ପାଳନ ଅବସରରେ ବାଳା ଶ୍ରମର ୧୪ଜଣ ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାର ଭୀନ୍ନକ୍ଷମତା ଉପରେ ସଚେତନ କରାଯାଇଛି ।ଏହି ଦିବସ ପାଳନ ଅବସରରେ ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ସ୍ଥାନୀୟ ତାଲୁକ ଆଇନ ସହାୟତା କମିଟୀର ଚ୍ୟାରମେନ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ ସଚେତନତା କାର୍ଯ୍ୟକ୍ରମରେ ଆଜିର ଶିଶୁ କାଳିର ଭବିଷ୍ୟତ, ଭବିଷ୍ୟତ ଭାରତ ଗଠନରେ ଏହି ଶିଶୁ ମାନଙ୍କ ଭୂମିକା ମହତ୍ୱ କହିବା ସହା ପିଲା ମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ଭିନ୍ନକ୍ଷମ ଉପରେ ବୁଝାଇ ଥିଲେ ।
ପରେ ଉତ୍କଳ ବାଳଶ୍ରମ ପାଇଁ ଯାହା ସବୁ ଆଇନ ସମ୍ବନ୍ଧିୟ ସାହାର୍ଯ୍ୟ ଦରକାର ମୁଁ କରିବି ବୋଲି ଶ୍ରୀ ମଲ୍ଲିକ କହିବା ସହ ଆଗାମୀ ଦିନରେ ଏହି ପିଲା ମାନଙ୍କୁ ମୁଁ ନିଜେ ପରିଦର୍ଶନ କରି ଦେଖିବାକୁ ଆସିବି ବୋଲି କହିଥିଲେ । ସେହିପରି ଅନ୍ୟ ସମ୍ମାନୀତ ଅତିଥୀଭାବେ ମଂଚାଶିନ ଜେ.ଏମ.ଏଫ.ସି. ଶାଶ୍ୱତି ମହାପାତ୍ର ,ସବ୍ ଜଜ୍ ଅଲେକ କୁମାର ପ୍ରଧାନ ଶିଶୁ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଆଗାମି ଦିନରେ ଶିଶୁ ମାନଙ୍କ ଉତୋରତର କାମନା କରିଥିଲେ ।
ଅନ୍ୟ ବକ୍ତାଭାବେ ବରିଷ୍ଠ ଆଇନଜୀବି ବିଷ୍ଣୁ ପ୍ରସାଦ ଶର୍ମା ମଧ୍ୟ ଶିଶୁ ମାନଙ୍କ ହେଷ୍ଟେଲରେ ଶିକ୍ଷାଦାନ କେତେ ମହତ୍ୱପୂର୍ଣ୍ଣ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଯୋଗ ଦେଇଥିବା କଂଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରା, ବାଳାଶ୍ରମର ଅଧ୍ୟକ୍ଷ ଆଶିଷ କୁମାର ଖମାରୀ, ହାଉସ ଫାଦର ଶୁକ୍ରୁ ରାଏ,ପରିଚାଳନା ଆଜୀବନ ସଭ୍ୟ ଲଲିତ କୁମାର ଅଗ୍ରୱାଲ ,ଅଶୋକ କୁମାର ଛାପଡିଆ, ପି.ଏଲ.ଭି. ମେମ୍ବର କାହ୍ନୁ ଚରଣ ମିଶ୍ର, ଆଇନଜୀବି ଅନିଲ କୁମାର ଶର୍ମା ସହ ସିଭିଲ କୋର୍ଟ,ତହସିଲ ଅଫିସ ଏବଂ ବିଭୀନ୍ନ ଅନୁଷ୍ଠାନର କର୍ମକର୍ତା ସାମିଲ ହୋଇ ବାଳାଶ୍ରମର ଛୋଟ ଛୋଟ ଛୁଆମାନଙ୍କୁ ଉତ୍ସାହିତ କରିଥିଲେ ।
Edited by k.s thakur...


