ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ-ମାଓ ଗୁଳି ବିନିମୟ,୨ ମାଓ କ୍ୟାଡର ମୃତ...
ବଲାଙ୍ଗୀର, ୨୪/୧୧: ବଲାଙ୍ଗୀରରେ ପୋଲିସ ମାଓବାଦୀ ଗୁଳିବନିମୟ । ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ମାଓବାଦୀ । ତେବେ ଏହି ଘଟଣାରେ ୨ ଜଣ ମାଓ କ୍ୟାଡ଼ରର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହା ପରେ ଘଟଣା ସ୍ଥଳରେ କମ୍ବିଂକୁ ଜୋରଦାର କରାଯାଇଛି ।
ସୂଚନା ଅନୁସାରେ, ହରିଶଙ୍କରରେ ମାଓ ଗତିବିଧି ନେଇ ମିଳିଥିଲା ସୂଚନା । ଫଳରେ ଏହାର ଫାଇଦା ନେଇ ପୋଲିସ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ମାଓବାଦୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଯାହାର ଜବାବରେ ମାଓବାଦୀ ବି ପାଲଟା ଗୁଳିମାଡ କରିଛନ୍ତି । ଏବେ ମଧ୍ୟ ସେଠାରେ ଗୁଳିବିନିମୟ ଲାଗି ରହିଛି । ଖବର ପ୍ରସାର କରିବା ପର୍ଯ୍ୟନ୍ତ ଏହି ସୂଚନା ମିଳି ପାରିଛି।
Edited by k.s thakur...


