କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି କୁ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ...

କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି କୁ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ...

କଣ୍ଟାବାଞ୍ଜି,୨୪/୧୧ : କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି କୁ ନେଇ ଆଜି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୬ ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଅନେକ ସଙ୍ଘ, ସଂଗଠନ ,ବ୍ୟବସାୟୀ ସଂଘ ସହ ସହର ବାସୀ ଙ୍କ ପୂର୍ଣ ସମର୍ଥନ ।

   Ad..



ବିଗତ ଅନେକ ବର୍ଷ ରୁ କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କର୍ଣ୍ଣପାତ ଅବା ଠୋସ ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର।

ଗୋଟିଏ ଜିଲ୍ଲା ହେବା ପାଇଁ ଯେ କୌଣସି ମାନଦଣ୍ଡ ଦରକାର ସେ ସବୁ ମାନଦଣ୍ଡ ରେ ସମ୍ପୂର୍ଣ୍ଣ ଭାବେ ପ୍ରଯୁର୍ଜ୍ୟ ଅଟେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ। ହେଲେ ରାଜ୍ୟ ସରକାର ନିଘା ନ ଦେବାରୁ ବର୍ତ୍ତମାନ ଅଂଟା ଭିଡ଼ିଛନ୍ତି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି। କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି କୁ ନେଇ ଆଜି କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । 

ଦୁକାନ, ବଜ଼ାର, ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ଯାନ ବାହାନ ଚଲା ଚଳ ମଧ୍ୟ ବନ୍ଦ ହୋଇଛି । କିନ୍ତୁ କିଛି ସ୍କୁଲରେ ପରୀକ୍ଷା ଚାଲିଥିବା ରୁ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦେଖି ସେହି ସ୍କୁଲ ଓ ଜରୁରୀ କାର୍ଯ୍ୟ ରେ ନିୟୋଜିତ ଯାନବାହାନ ସହ ଜରୁରୀକାଳୀନ ସେବା ପାଇଁ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ କୁ ବାଦ ଦିଆଯାଇଛି।






Edited by k.s thakur...

Post a Comment

Previous Post Next Post