ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ...

ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ...

ବଙ୍ଗୋମୁଣ୍ଡା,୦୧/୧୧ :ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେ ହେବାକୁ ଥିବା ୩୬ତମ ଧନୁଯାତ୍ରା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ ହୋଇଛି । ନଭେମ୍ବର ୪ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଧନୁଯାତ୍ରା ହେବ । 

ଯାତ୍ରା କୁ କିଭଳି ସୂଚାରୁ ରୂପେ ସଂପାଦନ କରାଯିବ ସେ ଉପରେ କମିଟି ପକ୍ଷରୁ କୁହାଯାଇଛି । ପ୍ରତିଦିନ କଂସ ଦରବାର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସଂସ୍କୃତିକ ଦଳ ତଥା ବିଭିନ୍ନ ମନୋରଂଜନ ପାଇଁ ମୀନାବଜାର ଓର୍ମାସ ଷ୍ଟଲ ଧନୁଯାତ୍ରା ରେ ଜମିବ  ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦେଇଛନ୍ତି । 

ଗତ ୨ବର୍ଷ କରୋନା ପାଇଁ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ  ଲୋକଙ୍କ ଗହଳି ଲାଗିରହିବ ବୋଲି କୁହାଜାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ଧନୁଯାତ୍ରା ମହୋତ୍ସବ କମିଟି ର ସଭାପତି ତୁଳସୀରାମ ହଂସ,କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରବାଲ,ସମ୍ପାଦକ ରଶ୍ମି ରଞ୍ଜନ ପୁଟେଲ, ପ୍ରଚାର ପ୍ରସାର ସଂଯୋଜକ ହୁଲେଶ୍ୱର ହଂସ ପ୍ରମୁଖ ଉପସ୍ଥିତ ଥିଲେ । 





Edited by k.s thakur...

Post a Comment

Previous Post Next Post