ଶବ୍ଦନୃତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ଅତୁଳନୀୟ...

ଶବ୍ଦନୃତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ଅତୁଳନୀୟ...(ରାଜ୍ୟ ସ୍ତରୀୟ ସମ୍ମିଳନୀରେ ମତପ୍ରକାଶ)

ବରଗଡ଼, ୦୧/୧୧ : ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ପଶ୍ଚିମ ଓଡ଼ିଶାର ନାଟ୍ୟ ଜଗତର ଥିଲେ ପିତାମହ। ପଶ୍ଚିମ ଓଡ଼ିଶାର ଲୋକକଳା, ଲୋକ ସାହିତ୍ୟ, ଲୋକ ସଙ୍ଗୀତ, ଲୋକ ନୃତ୍ୟ ବିଶେଷ କରି ଶବ୍ଦ ନୃତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବରଗଡ଼ ସୈାଖିନ ରଙ୍ଗମଞ୍ଚ ପରିସର ମଧ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦାନ କରି ବକ୍ତାଗଣ ମତ ପ୍ରକାଶ କରିଛନ୍ତି। 

ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ସ୍ମୃତି କମିଟୀ, ବରଗଡ଼ ଆନୁକୁଲ୍ୟରେ କମିଟିର ସଭାପତି ଡକ୍ଟର ତପସ୍ଵିନୀ ଗୁରୁଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ସଙ୍ଗଠନ ସମ୍ପାଦକ ପ୍ରଦୀପ ଦେବତା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ନାଟ୍ୟକାର ଅଶୋକ ବହିଦାର ସାଙ୍ଗଠନିକ ବକ୍ତବ୍ୟ ପ୍ରଦାନ କରିଥିଲେ। 

କମିଟିର ଉପସଭାପତି ଡକ୍ଟର ରବିନାରାୟଣ ସାହୁଙ୍କ ସ°ଯୋଜନାରେ ଅନୁଷ୍ଠିତ ଉକ୍ତ ଆଲୋଚନାଚକ୍ରରେ ଗୁରୁ ଭଗବାନ ସାହୁଙ୍କ ଲୋକ ନୃତ୍ୟ, ଲୋକ ସଙ୍ଗୀତ, ଲୋକ ସାହିତ୍ୟ ଓ ଲୋକ ନାଟକ ପ୍ରତି ଥିବା ଅବଦାନ  ଅତୁଳନୀୟ ବୋଲି ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ଗବେଷକ ମାନଙ୍କ ମଧ୍ୟରୁ ଡକ୍ଟର ଦ୍ବାରିକାନାଥ ନାୟକ, ଡକ୍ଟର ଟେକଚାନ୍ଦ ଦୁଆନ, ଅଧ୍ୟାପକ ମୋହନ ସାହୁ, ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ହୋତା, ଭବାନୀଶ ଭୋଇ, ଉତ୍ପନ୍ନ ଭୋଇ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, କବି ନୀତୀଶ ଆଚାର୍ଯ୍ୟ , ସୁକୁମାର ଭୋଇ ପ୍ରମୁଖ ଯୋଗଦାନ କରି କହିଥିଲେ। 

ଏହି ଅବସରରେ ଅତାବିରା, ଭେଡେନ, ସୋହେଲା, ବରପାଲି, ପାଇକମାଳ, ବିଜେପୁର, ଭଟଲି, ବାମଣ୍ଡା, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବ୍ରଜରାଜନଗର ପ୍ରଭୃତି ବିଭିନ୍ନ ବ୍ଲକ ଓ ଜିଲ୍ଲାର ପ୍ରତିନିଧିମାନେ ରାଜ୍ୟ ସ୍ତରରେ ହେବାକୁ ଥିବା କାର୍ଯ୍ୟକ୍ରମର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। 

ଶବ୍ଦ ନୃତ୍ୟର ଗୁରୁ ଭୁବନ ଭୋଇ, ଗଦାଧର ବରିହା, ଦଧିବାମନ ଶତପଥୀ ପାରମ୍ପରିକ ସଙ୍ଗୀତ ଓ ଶବ୍ଦ ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସନ୍ଦୀପ ମହାପାତ୍ରଙ୍କ ସ°ଯୋଜନାରେ ରୋଟାରୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସ°ଗୀତ ଗାନ କରିଥିଲେ। ଆବାହକ ରବୀନ ଚନ୍ଦ୍ର ଦାସ (ଲୁଲୁ) ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।







(Report : Bijay Ku sahu)

Edited by k.s thakur...

Post a Comment

Previous Post Next Post