ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ,୨ ମାଓବାଦୀ ମୃତ, ସାମଗ୍ରୀ ଜବତ...

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ,୨ ମାଓବାଦୀ ମୃତ, ସାମଗ୍ରୀ ଜବତ...

ମାଲକାନଗିରି,୦୧/୧୧ : ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ 2 ମାଓବାଦୀ ମୃତ । ଛତିଶଗଡ଼ ରାଜ୍ୟ କାଙ୍କେର ଜିଲ୍ଲା ଜଙ୍ଗଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ଥିବା ପୋଲିସ ଖବର ପାଇ ଯବାନ ମାନେ ସର୍ଚ ଅପରେସନ ନିମନ୍ତେ ବାହାରିଥିଲେ । 

ତେବେ ଜଙ୍ଗଲ ମଧ୍ୟରେ ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରି ଥିଲେ ଏହାର ପାଲଟା ଜବାବରେ ଜବାନ ମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ । ତେବେ ଯବାନ ମାନଙ୍କୁ ସାମ୍ନା କରି ନପାରି ମାଓବାଦୀ ମାନେ ଛତ୍ର ଭଙ୍ଗା ଦେଇଥିଲେ ।

ତେବେ ଗୁଳିବିନିମୟ ପରେ ସର୍ଚ ଅପରେସନ କରିବା ସମୟରେ 2 ମାଓବାଦୀଙ୍କ ମୃତ ଦେହ ସହ ଅନେକ ମାଓ ବିସ୍ପୋରକ ଓ ସାମଗ୍ରୀ ମିଳିଥିଲା । ତେବେ ଏହି ଦୁଇ ମାଓବାଦୀଙ୍କ ନାମରେ ୮ ଓ ୮ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା । 

ଏହି ଦୁଇ ମାଓବାଦୀ ଛତିଶଗଡ଼ ପୋଲିସ ଉପରେ ଆକ୍ରମଣ,  ପୋଲିସ ସୂଚନା ଦାତା ନାମରେ ଗ୍ରାମବାସୀଙ୍କୁ ହତ୍ୟା, ବିଭିନ ଉନୟନ କାମରେ ନିୟୋଜିତ ଗାଡି ପୋଡିବା ଭଳି ଅନେକ ମାଓ ହିଂସାରେ ଜଡିତ ଥିଲେ । ବର୍ତ୍ତମାନ ମଧ୍ୟ ସେହି ଅଂଚଳରେ ସର୍ଚ ଅପରେସନ କରାଯାଉଥିବା ଜଣା ପଡ଼ିଛି ।





Edited by k.s thakur...

Post a Comment

Previous Post Next Post