କଣ୍ଟାବାଞ୍ଜି ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ,ବିମଲ ଦାସ ହେଲେ ସାମ୍ବାଦିକ ସଙ୍ଘ ର ନୂତନ ସଭାପତି ...
କଣ୍ଟାବାଞ୍ଜି,୦୨/୧୧ : କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ର ବୈଠକ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ବରିଷ୍ଠ ସାମ୍ବାଦିକ ସୁବାଷ ବେହେରା ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ସଂଘର ପୂର୍ବ ବୈଠକର ବିବରଣୀ ପଠନ କରାଯିବା ସହିତ ସଂଘର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା ।ପରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ସଭାପତି ଭାବେ ବିମଲ ଦାସ ,କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ,ଉପସଭାପତି ଅଶୋକ ନାରାୟଣ ଭୋଇ,ମୋହନ ସୋନି,ସମ୍ପାଦକ ଶେଖ ସମିମ,ସହ ସମ୍ପାଦକ ହୁଲେଶ୍ୱର ହଂସ,କୋଷାଧ୍ୟକ୍ଷ କୃତ୍ତିକର ବାଗ,ଗ୍ରନ୍ଥାଗାର ରାଧେଶ୍ୟାମ ମେହେର,କାର୍ଯ୍ୟକାରୀ ସଦସ୍ୟ ସୁବାଷ ବେହେରା,ଜୀବନାନନ୍ଦ ମହାନ୍ତି,ଅନ୍ତିମ ପାଣିଗ୍ରାହୀ, ପ୍ରମୋଦ ବେହେରା,ସୁଶାନ୍ତ ଥନାପତି,ଶିବ ଶଙ୍କର ବାଗ, ଏବଂ ଆଇନ ପରାମର୍ଶଦାତା ସଞ୍ଜୟ ନାଥ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।
ପରେ ସଂଘର ରୋପ୍ୟ ଜୟନ୍ତୀ ପାଳନ ନିମନ୍ତେ ଆଲୋଚନା ହୋଇଥିଲା ।ବୈଠକରେ ସୁକଦେବ ମହାନ୍ତି,ଅଭିମନ୍ୟୁ ବହିଦାର,ବିନୋଦ ସିଂ,କୁଶଳ ସିଂ ଠାକୁର,କୈଳାସ ସଗରିଆ, ବିଭୁତି ଭୂଷଣ ଦାସ,ପ୍ରଦୀପ କୁମାର ବଘାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଆଗାମୀ ଦିନରେ ରୌପ୍ୟ ଜୟନ୍ତୀ ପାଳନ କରିବା ସହ ଅନ୍ୟାନ୍ୟ ଜନ ହିତକର କାର୍ଯ୍ୟ ବିଷୟରେ ଆଲୋଚନା କରଯାଇଥିଲା।
Edited by k.s thakur...

