ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଦାବିରେ ଆଜିଠୁ ଦୁଇଦିନ ପାଇଁ ପଦ୍ମପୁର ବନ୍ଧ....
ବରଗଡ଼,୦୨/୧୧ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି କରିଛନ୍ତି ପଦ୍ମପୁର ଉପଖଣ୍ଡ ୬ଟି ବ୍ଲକର ଲୋକେ । ତେଣୁ ପଦ୍ମପୁରକୁ ଆଜିଠୁ ଦୁଇଦିନ ପାଇ ବନ୍ଧ କରିଛନ୍ତି (୨ ଓ ୩ ତାରିଖ ) । ଏହାକୁ ପଦ୍ମପୁର ର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି । ଦୁକାନବଜାର ଗାଡିମୋଟର , ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଲୟ, ସ୍କୁଲ ଓ କଲେଜ ବନ୍ଧ ରହିବ ।
ପଦ୍ମପୁର ଜିଲ୍ଲା ହେଉବୋଲି ପାଇକମାଲ ବ୍ଲକ , ଝରବନ୍ଧ ବ୍ଲକ ,ଗାଇସିଲେଟ ବ୍ଲକ, ସୋଲହେଲ ବ୍ଲକ ଓ ବିଜେପୁର ବ୍ଲକର ସଂଗଠନ ମାନେ ମଧ୍ୟ ସମର୍ଥନ କରୁଛନ୍ତି । ଏହି ୬ଟି ବ୍ଲକ ସବୁ ସମୟରେ ମରୁଡି ଶିକାର ହେଉଛି ଏବଂ ଦାଦନ ସମସ୍ୟା ଲାଗି ରହିଛି ।
ହେଲେ ବରଗଡ଼ ଜିଲ୍ଲା ସହିତ ଥିବାରୁ ଏହାକୁ ମଧ୍ୟ ଏକ ଉନ୍ନତ ଅଞ୍ଚଲ ବୋଲି ଗଣାଯାଉଛି ଏବଂ ଅବହେଳା କରାଯାଉଛି କିନ୍ତୁ ଏହିଅଞ୍ଚଳର ପାଣିପାଗ KBK ଅଞ୍ଚଳର ସହିତ ସମାନ ତେଣୁ ପଦ୍ମପୁର ଉପଖଣ୍ଡ କୁ ଏକ ଜିଲ୍ଲା ହେଉବୋଲି ଦାବି ବହୁଦିନରୁ କରାଯାଉଛି ହେଲେ କେହି ଧ୍ୟାନ ଦେଉନାହାନ୍ତି ।
ଏହା ସହ ପଦ୍ମପୁର ଉପଖଣ୍ଡ ଶେଷ ଗା ଠାରୁ ବରଗଡ଼ କୁ ଉଲ ପ୍ରାୟ ୧୬୦ କିମି ପଡୁଛି ତେଣୁ ମଧ୍ୟ ଅଲଗା ଜିଲ୍ଲା ପାଇଁ ବାରମ୍ବାର ଦାବି କରାଯାଉଛି ଯାହା ଯଥାର୍ଥ ମଧ୍ୟ ରହିଛି । ତେଣୁ ଆଜି ଓ କାଲି ପଦ୍ମପୁର ବନ୍ଧ କରାଯାଇଛି ।
(Report - Bijay Ku Sahu)
Edited by k.s thakur...

