ବରପାଲି ରେ ଆମ୍ ଆଦମୀ ପାର୍ଟି ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ....

ବରପାଲି ରେ ଆମ୍ ଆଦମୀ ପାର୍ଟି ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ....

ବରଗଡ଼, ୦୨/୧୧ : ଆମ୍‌ ଆଦ୍‌ମୀ ପାର୍ଟି ର ବିଜେପୁର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ବରପାଲି ସ୍ଥାନୀୟ ସିଦ୍ଧେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟରେ ଆପ୍ ନିଜର ସଂଗଠନକୁ ମଜବୁତ କରିବା ପାଇଁ ବିଧାନସଭା ସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛି । 

ଦିଲ୍ଲୀ ଓ ପଞ୍ଜାବ ରେ ଆମ୍‌ ଆଦ୍‌ମୀ ପାର୍ଟିର ବିଜୟ ପରେ ଦଳ ଅନ୍ୟ ରାଜ୍ୟରେ ସଙ୍ଘଠନ ବିସ୍ତାର କରିବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷକ, ମହିଳା ମାନଙ୍କ ପ୍ରସଙ୍ଗ ରେ ଆପ୍ ଜନ ଜାଗରଣ କରିବ ଓ ବିଜେଡି ବିଜେପି ର ମଧୁ ଚନ୍ଦ୍ରିକା କୁ ମୁଦ୍ଧା କରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି ।  

ଜିଲ୍ଲା ପ୍ରଭାରୀ ସୁରଥ ବେହେରା ଉପସ୍ଥିତ ରହି ବିକଳ୍ପ ରାଜନୀତି କୁ ମଜବୁତ କରିବା ସହ କଠୋର ପରିଶ୍ରମ କରିବାକୁ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ସଂଯୋଜକ ଶ୍ରୀରାମ ସାହୁ କର୍ମୀ ମାନଙ୍କୁ ପଂଚାୟତ ସ୍ତରରେ କାର୍ଯ୍ୟ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେପୁର, ଗାଇସିଲଟ, ବରପାଲି  ବ୍ଲକର  ବହୁ କର୍ମୀ ଯୋଗଦାନ କରିଥିଲେ ।

ରାଜ୍ଯ ସମ୍ପାଦକ ଅମିତାଭ ପାତ୍ର, ଅବିନାଶ ବାଗ, ଜୟକ୍ରିଷ୍ଣା ଛୁରିଆ, ଯଦୁମଣି ପ୍ରଧାନ, ଗୌତମ ମହାନନ୍ଦ, କିଶୋର ପ୍ରଧାନ, ହରିଚରଣ ଭୋଇ, ତରଣୀ ବେହେରା, ଶ୍ୟାମ ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।






(Report : Bijay ku sahu)

Edited by k.s thakur..

Post a Comment

Previous Post Next Post