ଜନସମ୍ପର୍କ ପଦଯାତ୍ରା ସମାପନୀ ଦିବସ, ଯୋଗ ଦେଲେ ସହ ସହ ବିଜେଡି ନେତା ଓ କର୍ମୀ...
କଣ୍ଟାବାଞ୍ଜି,୦୩/୧୧ : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଦୀର୍ଘ ଏକ ମାସରୁ ଉର୍ଦ୍ଧ ସମୟଧରି ସାରା ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରା ଚଳେଇଚନ୍ତି ସମସ୍ତ ଲୋକ ପ୍ରତିନିଧି ଏବଂ ବିଜୁ ଜନତା ଦଳର କର୍ମ କର୍ତ୍ତା ମାନେ।
ଠିକ ସେହିପରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ, କଣ୍ଟାବାଞ୍ଜି NAC ଏବଂ ତୁରେଇକେଲା ବ୍ଲକ ଅରନ୍ତର୍ଗତ ଚଟୁଅନକା ଗ୍ରାମ ରେ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତି ଦିନ କଣ୍ଟାବାଞ୍ଜି ଗିରିରାଜ ସିଂ ମାଝୀଙ୍କ ବାସ ଭବନଠାରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଙ୍କ ତୈଳଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଜନସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ କରଯାଇଥିଲା।
ଜନ ସମ୍ପର୍କ ପଦ ଯାତ୍ରା କଣ୍ଟାବାଞ୍ଜି ରେ ଏବଂ ବୁଧବାର ଦିନ ମୁରିବାହାଲ ବ୍ଲକ ମାଲିସିରା ଗ୍ରାମ ପଞ୍ଚାୟତ ଚିକିନିବାହାଳି ଠାରେ ନବ ନିର୍ମିତ ପ୍ରହରୀ ମଣ୍ଡପର ଶୁଭ ଉଦଘାଟନ କରି , ଗ୍ରାମରେ ଶହଶହ ଲୋକଙ୍କ ସହିତ ଜନ ସମ୍ପର୍କ ପଦଯାତ୍ରା କରାଯାଇଥିଲା।
ଏହା ପରିଚାଳନା କରି ଥିଲେ ମୁଖ୍ୟ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ ମୁରିବାହାଲ ବ୍ଲକ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ହଂସ ରାଜ ଜୈନ ସହିତ ଗୋଟିଏ ମାସ ବ୍ଲକର ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ ପଦ ଯାତ୍ରା କରଯାଇଥିଲା।
ଏହି ଅବସରରେ ଗିରିରାଜ ସିଂ ମାଝୀ(ଏକ୍ସ ବ୍ଲକ କେଟ କମାଣ୍ଡୋ ଓ ସମିତି ସଭ୍ୟ, ଚାଉଳଶୁଖା ଗ୍ରା.ପ, ଏବଂ ଗୋଂଡ଼ ସଭାପତି) ତୁରେକେଲା ବ୍ଲକ ରେ ବିଶିଷ୍ଟ ଅତିଥିଭାବେ ଯୋଗଦାନ କରିଥିଲେ। କଣ୍ଟାବାଞ୍ଜି ଏନ ଏ ସି ୟୁଥ ପ୍ରେସିଡେଣ୍ଟ ବିଷ୍ଣୁ ପ୍ରସାଦ ଜୁଏଡ଼,ସ୍ଥାନୀୟ ସରପଞ୍ଚ ଦେବରାଜ ପାତ୍ର, ସମିତି ସଭ୍ୟା ଶ୍ରୀମତୀ ବିନୋଦିନୀ ମାଝୀ, ବିଜେଡ଼ି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ତତ ସହିତ ଶ୍ରୀମତୀ ସୁନ୍ଦରମତୀ ବାଗ ପୂର୍ବତନ ଉପାଧ୍ୟାକ୍ଷା ମୁରିବାହାଲ ବ୍ଲକ, ପୂର୍ବତନ ସରପଞ୍ଚ ମହେଶ ପୁଟେଲ, ଦୁଲମଣୀ ବାଗ, ଅଗସ୍ତି ବାଗ, କଶ୍ୟପ ସରାଫ, ଯୁଧିଷ୍ଠିର ଭରାସଗରିଆ, ସିରୋଲ ସରପଞ୍ଚ ପ୍ରତିନିଧି ଲମ୍ବୁଧର ବଗର୍ତ୍ତୀ, ଅର୍ଜୁନ ସାହୁ, ଦିଲୀପ ମହାନନ୍ଦ,ଜୟକିଷନ ବାଗ,ତପନ ଦୀପ, କୃପା ଯାନୀ, ରାମଚନ୍ଦ୍ର ଯାନୀ, ଅନ୍ତ ଯାନୀ, ଭୁବନେ ଯାନୀ, ପ୍ରକାଶ ସାହୁ, ନିତ୍ୟାନନ୍ଦ କୁମ୍ଭାର, ଚୂଡ଼ାମଣି ବାଗ, ଜ୍ୟୋଷ୍ଣା ନାଏକ, ନିପୁର ମାଝୀ, ମାୟା ପୋଢ଼, ଶ୍ରୀପତି ବଗର୍ତ୍ତୀ, ତୀର୍ଥ ଆଡ଼ଯୁଆ, ଯୁଧିଷ୍ଠିର ସୁରୁଜାଳ, ଦୁର୍ଯ୍ୟୋଧନ ମାଝୀ, ରମେଶ ବସ୍ତିଆ, ନରେନ୍ଦ୍ର ସିଂ ମାଝୀ, ଦୁଲ ନାଗ,ହେମସାଗର ବାଗ, ଟଙ୍କ ବାଗ, କ୍ଷୀରଧର ଧରୁଆ, ହରେକୃଷ୍ଣ ବଘାର, ଅକ୍ରୁର ଦୀପ, ତୁଷାର ବାଗ, ପୂର୍ଣ୍ଣ ସାହୁ, ରୋହିତ ଟାକ୍ରୀ, ଚନ୍ଦ୍ର ବାଗ, ପଞ୍ଚା ବଗର୍ତ୍ତୀ, ସାନ୍ତ ମୁଗ୍ରୀ, ବରୁଣ ଲୁହା, ପିଣ୍ଟୁ ଦୀପ, ନରେନ୍ଦ୍ର ମହାରଣା, ହରସି ଚନ୍ଦନ, ମନୋଜ ପୋଢ଼, ବଳିୟାର ସିଂ ମାଝୀ, କାଳିଆ ନାଗ ସହିତ ମାଲିସିରା ଗ୍ରାମ ପଂଚାୟତ ଶହଶହ ବିଜେଡ଼ି କର୍ମକର୍ତା ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ବିଷୟରେ ଦ୍ୱାର ଦ୍ୱାର ବୁଲି ବୁଲି ଲୋକଙ୍କୁ ଅବଗତ କରାଇଥିଲେ । ଶେଷରେ ଆବାହକ ଶ୍ରୀ ଜୈନ ଜନସମ୍ପର୍କ ପଦଯାତ୍ରା ନିଷ୍ଠାର ସହିତ ସମାପନ କରିଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।
Edited by k.s thakur...

