ଲୁଟ ଉଦ୍ୟମ ବିଫଳ, ଗୁଳି ମାଡ଼ରେ ଜଣେ ମହିଳା ଗୁରୁତର...

ଲୁଟ ଉଦ୍ୟମ ବିଫଳ, ଗୁଳି ମାଡ଼ରେ ଜଣେ ମହିଳା ଗୁରୁତର...

ବାସୁଦେବପୁର,୦୫/୧୧ : ବାସୁଦେବପୁର ଭଦ୍ରକ ମୁଖ୍ୟ ରାସ୍ତାର ଚଉରା ଛକ ନିକଟରେ ଲୁଟ ଉଦ୍ୟମରେ ବିଫଳ ପରେ ମହିଳାଙ୍କୁ ଗୁଳି କରି ଫେରାର ହେଇଗଲେ ଦୁର୍ବୁତ୍ତ । ତେବେ ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ମହିଳା ଗୁରୁତର ଘାଇଲା ହୋଇଥିଲେ । ମହିଳାଙ୍କ ଡାହାଣ ହାତ ପାପୁଲିରେ ଗୁଳିଟି ବାଜିଛି । 

ଗୁରୁତର ମହିଳାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲେ ଡାକ୍ତର । ସୂଚନା ଅନୁସାରେ ଗୁରୁତର ମହିଳା ହେଉଛନ୍ତି ପ୍ରଫୁଲ ସାହୁଙ୍କ ସ୍ତ୍ରୀ ଜୋସ୍ନାରାଣୀ ସାହୁ । ଏଭଳି ଘଟଣା ଘଟିଛି ଗତ ସନ୍ଧ୍ୟାରେ । ଜୋସ୍ନାରାଣୀ ନିଜ ଛୋଟ ଛୁଆକୁ ଧରି ଘରୁ ବାହାରି ମାର୍କେଟକୁ ଆସୁଥିବା ବେଳେ ଦୁଇଜଣ ବାଇକ ରେ ଆସି ପ୍ରଥମେ ମହିଳା ଜଣକ ଧରିଥିବା ମୋବାଇଲକୁ ଛଡ଼ାଇଥିଲେ ।

ତେବେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କ ଛୋଟ ଛୁଆକୁ ଛଡ଼ାଇଥିଲେ । ହେଲେ ମହିଳା ଜଣକ ପାଟି କରିବାରୁ ଛୁଆକୁ ଛାଡି ମୋବାଇଲ ନେଇଯାଇ ଫେରାର ହେଇଯାଇଥିଲେ ।

 ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାସୁଦେବପୁର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ମହିଳାଙ୍କ ଡାହାଣ ହାତ ପାପୁଲିରେ ଗୁଳି ବାଜିଥିଲା । ତେବେ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।





Edited by k.s thakur...

Post a Comment

Previous Post Next Post