ବରଗଡ଼ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ...

ବରଗଡ଼ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ...

ବରଗଡ଼,୦୫/୧୧ : ଦୁର୍ନୀତି ମୁକ୍ତ ଓ ସମୃଦ୍ଧ  ଭାରତ ର ଲକ୍ଷ୍ୟ ନେଇ ସାରା ଦେଶ ରେ  ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ।  ଏହି କ୍ରମ ରେ ବରଗଡ ଜିଲ୍ଲା ରେ ଜିଲ୍ଲା ସଦର  ମହକୁମା  ଠାରୁ ଆରମ୍ଭ କରି  ପଂଚାୟତ, ବ୍ଲକ, ଉପଖଣ୍ଡ ସ୍ତରରେ   ସଚେତନତା ସୃଷ୍ଟି କରିବା  ପାଇଁ ଶୋଭାଯାତ୍ରା ,  ସାଇକେଲ  ରାଲି,ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ, ଗ୍ରାମ ସଭା  ଆଦି ଅନୁଷ୍ଠିତ ହୋଇ ଯାଇଛି । 

ଆଜି ସମସ୍ତ  ବିଭାଗ  ର ବିଭିନ୍ନ ପ୍ରତିନିଧି  ଓ ଅଧିକାରୀ ଓ ଛାତ୍ର ଛାତ୍ରୀଙ୍କୁ ନେଇ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ  ରେ ଏକ ସଭା  ଅନୁଷ୍ଠିତ ହୋଇ ଯାଇଛି । ସଭା  ରେ ଜିଲ୍ଲା ପାଳ ଶ୍ରୀମତୀ ମୋନିଷା  ବାନାର୍ଜୀ ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇ ଥିବା  ବେଳେ SP ବରଗଡ ପରମାର  ସ୍ମିତ ପୁରୁଷୋତ୍ତମ ଦାସ, ଏବଂ ସାରା ଶର୍ମା SP ଭିଜିଲାନ୍ସ ସମ୍ମାନିତ ଅତିଥି ଭାବରେ  ଯୋଗ ଦେଇଥିଲେ ।

ଜିଲ୍ଲାପାଳ ଯୁବ  ଛାତ୍ର ଛାତ୍ରୀଙ୍କୁ ପିଲା ଦିନରୁ  ଛୋଟ  ଛୋଟ  ଘଟଣା  ରୁ ସାଧୁତା ଅଭ୍ୟାସ କରିବା  ପାଇଁ ଆହ୍ୱାନ ଦେଇ କହିଥିଲେ ତୁମ  ମାନଙ୍କ ର ଉପରେ ଦେଶ ର ପ୍ରଗତି ନିର୍ଭର କରୁଛି  ତୁମେମାନେ ଏବେ ଠାରୁ ସଠିକ  ମାର୍ଗ ଯାଇ ଜୀବନ ରେ ବଡ଼ ହୁଅ ।   

ମୁଖ୍ୟ ବକ୍ତା ଭାବରେ  ପଂଚାୟତ କଲେଜ ର ଅଧ୍ୟାପକ  ଡ. ଶେଷନ ବିଶି ଯୋଗଦେଇ ସାମୁହିକ ପ୍ରୟାସ ଦୁର୍ନୀତି କୁ କମ  କରିବାରେ  ସହାୟକ ହେବ  ବୋଲି ମତବ୍ୟକ୍ତ  କରି  ଥିଲେ ।

 ଏହି  ବୈଠକ ରେ  ବିଭିନ୍ନ ପ୍ରତିଯୋଗିତା ରେ କୃତୀ  ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସିଡିଓ ଜିଲ୍ଲା ପରିଷଦ ଙ୍କ ସମେତ   ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା  ବେଳେ DSP ଭିଜିଲାନ୍ସ  ଧନ୍ୟବାଦ ଅର୍ପଣ କରିଥିଲେ ।






(Report : Bijay ku sahu)

Edited by k.s thakur...

Post a Comment

Previous Post Next Post